ଦୁଇ କଶ୍ମୀରୀ ପଣ୍ଡିତ ଭାଇଙ୍କ ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ଼: ଜଣେ ମୃତ, ଜଣେ ଗୁରୁତର

ଶ୍ରୀନଗର : ଅଶାନ୍ତ ଜମ୍ମୁକଶ୍ମୀରରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି ଆତଙ୍କବାଦୀ । ପୁଣିଥରେ ସାଧାରଣ ନାଗରିକଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଦୁଇ କଶ୍ମୀରୀ ପଣ୍ଡିତ ଭାଇଙ୍କୁ ଗୁଳି କରି କରିଛନ୍ତି।

ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଆତଙ୍କବାଦୀଙ୍କ ଟାର୍ଗେଟକୁ ଆସୁଛନ୍ତି କାଶ୍ମୀର ପଣ୍ଡିତ । କେଉଁଠି ଅଫିସ ଭିତରେ ପସି କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯାଉଛି ତ ଆଉ କେଉଁଠି ଘରେ ପସି ସଂଖ୍ୟାଲଘୁଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ । ଠିକ୍ ସେହି ଭଳି ସ୍ୱାଧୀନତା ଦିବସର ଗୋଟିଏ ଦିନ ପରେ ସୋପିଆନରେ ଦେଖିବାକୁ ମିଳିଛି ଟାର୍ଗେଟ୍ କିଲିଂ । ଆତଙ୍କବାଦୀମାନେ ଦୁଇଜଣ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରିଥିବା ବେଳେ ଜଣଙ୍କ ଜୀବନ ଚାଲିଯାଇଛି । ଆଉଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ସଂଘର୍ଷ କରୁଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କାଶ୍ମୀର ପୋଲିସ୍ ।

Related Posts