ସଙ୍କଟରେ ଠାକରେ ସରକାର: ବିଦ୍ରୋହକୁ ଓହ୍ଲାହିଲେ ଆଉ ୭ ବିଧାୟକ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତି ଉପରେ ଜାରୀ ରହିଛି ରାଜନୈତିକ ସଙ୍କଟ । ସଙ୍କଟରେ ଉଦ୍ଧବ ସରକାର ଙ୍କ ମୁଖ୍ୟମନ୍ତ୍ରୀ ଚୌକି । ରାଜ୍ଯ ରାଜନୀତିରେ ଛକାପଞ୍ଝା ଚାଲିଥିବା ବେଳେ, ଏବେ ଆଉ ଏକ ନୂଆ ଟ୍ୱିଷ୍ଟ ଆସିଛି । ଗୋଟିଏ ପଟେ ବାଗୀ ମନ୍ତ୍ରୀ ଏକନାଥ ସିନ୍ଦେ ୪୦ ରୁ ଅଧିକ ବିଧାୟକଙ୍କୁ ନେଇ ଆସାମରେ ଡେରା ପକାଇଥିବା ବେଳେ, ଏବେ ଆଉ ୭ ବିଧାୟକ ବିଦ୍ରୋହ କରିଛନ୍ତି । ସମସ୍ତ ୭ ବିଧାୟକ ଆସାମରେ ଗୌହାଟି ଯାଇ ଏକାନାଥ ସିନ୍ଦେଙ୍କ ସହ ସାକ୍ଷାତ କରିଥିବାର ସୂଚନା ମିଳୁଛି ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଶିବସେନାର ଆଉ ୪ ବିଧାୟକ ଆସାମରେ ପହଞ୍ଚିଥିଲେ । ସେଠାରୁ ଗୌହାଟି ଯାଇ ଏକନାଥ ସିନ୍ଦେଙ୍କ ସହ ହୋଟେଲ୍‌ରେ ସାକ୍ଷାତ କରିଥିଲେ । ଏପିରିକି ଗୁରୁବାର ଆଉ ୩ ବିଧାୟକ ଯାଇ ଏକନାଥ ସିନ୍ଦେଙ୍କ ସହ ସାକ୍ଷାତ କରି ନିଜର ସମର୍ଥନ ଜଣାଇଥିବା କଥା ଚର୍ଚ୍ଚା ହେଉଛି । କିନ୍ତୁ ଏହା କେତେ ଦୂର ସତ । ତାହା ଆଉ କିଛି ସମୟ ପରେ ଜଣାପଡିଛି । ତେବେ ଗୌହାଟି ପହଞ୍ଚିଥିବା ବିଧାୟକଙ୍କ ମଧ୍ୟରେ ଗୁଲାବରାଓ ପାଟିଲ ଓ ଯୋଗେଶ୍‌ କଦମ୍‌ ପରି ନାମ ସାମିଲ ଥିବା ସୂଚନା ମିଳୁଛି ।

ସେପଟେ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସୁପ୍ରିମୋ ଉଦ୍ଧବ ଠାକରେ ବୁଧବାର ପ୍ରେସମିଟ୍‌ କରି ଦଳର ବାଗୀ ନେତାଙ୍କୁ ମୁମ୍ବାଇ ଫେରିଆସିବାକୁ କହିଛନ୍ତି । ଯଦି ଆପଣମାନେ ମୋତ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଚାହୁଁନାହାନ୍ତି, ତେବେ ମୁଁ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି ଉଦ୍ଧବ ନିଜ ପ୍ରେସମିଟ୍‌ରେ କହିଥିଲେ । ଏପିରିକି ସଂଧ୍ୟା ସମୟରେ ସେ ମୁଖ୍ୟମନ୍ତ୍ରୀ ବାସଭବନ ଛାଡି ମାତୋଶ୍ରୀ ଆସିଥିଲେ ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୮୮ । ବିଜେପି ପାଖରେ ୧୦୬ ଆସନ ରହିଛି । ସେପଟେ ମେଣ୍ଟ ସରକାର ପାଖରେ ଅଛି ଶିବସେନାର ୫୬, କଂଗ୍ରେସର ୪୪, ଏନସିପିର ୫୩ ବିଧାୟକ । ଯଦି ବିଦ୍ରୋହୀ ବିଧାୟକ ସିନ୍ଧେ ୪୦ ବିଧାୟକଙ୍କ ସହ ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି ତେବେ ମେଣ୍ଟ ସରକାର ବହୁମତ ହରାଇ କ୍ଷମତାଚ୍ୟୁତ ହୋଇଯିବ ।

Related Posts