ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ପୁଣି ଥରେ ଚିଠି ଲେଖିଛନ୍ତି । ଏଜେନ୍ସି ନିକଟରେ ହାଜର ହେବାକୁ କିଛି ସପ୍ତାହ ସମୟ ମାଗିଥିଲେ । ଏବେ ସୋନିଆ ଗାନ୍ଧିଙ୍କ ଚିଠି ପାଇଁ ତାଙ୍କୁ ଆଉ କିଛି ସମୟ ଦେବା ପାଇଁ ରାଜି ହୋଇଛି ଇଡି। ଆଗକୁ ନୂଆ ତାରିଖ ସହ ସୋନିଆ ଗାନ୍ଧିଙ୍କୁ ସମନ ଜାରି କରାଯିବ ବୋଲି ଜଣାପଡ଼ିଛି।

ବୁଧବାର ସୋନିଆ ଗାନ୍ଧି ଇଡିକୁ ଚିଠି ଲେଖି କହିଥିଲେ ଯେ କୋଭିଡ ଏବଂ ଫୁସଫୁସ ସଂକ୍ରମଣରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ସେ ହାଜର ହୋଇପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଡକାଇଥିଲେ। ତେବେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏବେ ଘରେ ବିଶ୍ରାମ ନେବାକୁ ସୋନିଆଙ୍କୁ ପରାମର୍ଶ ଦିଆଯାଇଛି। ତେଣୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଇଡିଙ୍କୁ ଚିଠି ଲେଖିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ହାଜର ହେବାକୁ ତାଙ୍କୁ ଆଉ କିଛି ସପ୍ତାହ ସମୟ ଦିଆଯାଉ।