ମଧ୍ୟସ୍ଥି ଜରିଆରେ ଲାଞ୍ଚ ନେଉଥିଲେ ଥାନା ବାବୁ: ମାଡି ବସିଲା କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍‌

କେନ୍ଦ୍ରାପଡ଼ା: ରାଜ୍ୟରେ ସକ୍ରିୟ ହୋଇ ଉଠିଛି ଭିଜିନାସ | ଏନେକ ସ୍ଥାନରେ ଚଢ଼ାଉ କରୁଥିବା ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି | କେନ୍ଦ୍ରାପଡା ସଦର ଥାନା ଏଏସଆଇ ପୃଥୀରାଜ ମିଶ୍ର | ୩୦୭ ଦଫା କାଟି ଦଫା ୧୦୭ ଲଗାଇବାକୁ ଦାବି କରୁଥିଲେ ୧୦ ହଜାର ଟଙ୍କା। ଦଫା କମ୍‌ କରିଦେବାକୁ କାକୁତିମିନତି ହେବାରୁ ମାଗୁଥିଲେ ଲାଞ୍ଚ । ଶେଷରେ ମଧ୍ୟସ୍ଥି ଜରିଆରେ ଲାଞ୍ଚ ନେଉଥିବା ବେଳେ ଙ୍କୁ ଗିରଫ କରିଛି କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍‌ ।

କୋରୁଆ ଗ୍ରାମର ମିହିର ଲେଙ୍କାଙ୍କ ନାଁରେ ଥିବା ଏକ ମାମଲାରରେ ୩୦୭ ଦଫା ଲାଗିଥିଲା। ଏହାକୁ କାଟି ଦଫା ୧୦୭ କରି ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ପୃଥୀରାଜ । ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ନେଇଥିବା ବେଳେ ମଧ୍ୟସ୍ତି ଜରିଆରେ ଅବଶିଷ୍ଟ ୭ ହଜାର ଟଙ୍କା ନେଉଥିଲେ ।

ଏନେଇ ମିହିର ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିବା ବେଳେ ପୃଥୀରାଜଙ୍କୁ ମାଡ଼ି ବସିବା ପାଇଁ ଜାଲ ବିଛାଇଥିଲା ପୁଲିସ୍‌। ମଧ୍ୟସ୍ତି ବିଜୟ କୁମାର ବେହେରାଙ୍କ ଜରିଆରେ ଏଏସଆଇ ପୃଥୀରାଜ ଅବଶିଷ୍ଟ ୭ ହଜାର ଗତକାଲି ସନ୍ଧ୍ୟାରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଉଭୟ ପୃଥୀରାଜ ଓ ବିଜୟଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ଟିମ୍‌ ପୃଥ୍ୱୀରାଜଙ୍କ ସରକାରୀ କ୍ୱାର୍ଟର ଉପରେ ମଧ୍ୟ ଚଢ଼ାଉ କରିଛି ।

Related Posts