ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସରେ ପଶିଲା କରୋନା: ୧୭୧ ଜଣ ସଂକ୍ରମିତ ଚିହ୍ନଟ

ଚେନ୍ନାଇ:କିଛି ଦିନର ବ୍ୟବଧାନ ପରେ ପୁଣି ଦେଶରେ ମୁଣ୍ଡ ଟେକିଛି କରୋନା ମହାମାରୀ | ଦିନକୁ ଦିନ ସଂକ୍ରମଣ ହାର ବଢିବାକୁ ଲାଗୁଛି | ଦୁଇ ହାଜର ତଳେ ରହୁଥିବା ସଂକ୍ରମଣ ଏବେ ୩ ହଜାର ପାର କରିଛି | ସେପଟେ ବଢୁଥିବା ସଂକ୍ରମଣ କୁ ନେଇ ପୁଣି ଥରେ କଟକଣା ଆରମ୍ଭ କରିଛନ୍ତି ରାଜ୍ୟ ସରକାର | ଏହାରି ମଧ୍ୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ(IIT Madras)ରେ ପଶିଛି କରୋନା । ଆଇଆଇଟି ମାଡ୍ରାସର ୧୭୧ ଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି |

ଏନେଇ ତାମିଲନାଡୁ ସ୍ବାସ୍ଥ୍ୟ ସଚିବ ଡକ୍ଟର ରାଧା କ୍ରିଷ୍ଣନନ୍ ସୂଚନା ଦେଇଛନ୍ତି ।

ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ଯେ ଆଇଆଇଟି ମାଡ୍ରାସ ବର୍ତ୍ତମାନ ସୁଦ୍ଧା ବନ୍ଦ ହୋଇନାହିଁ । ରାଜ୍ୟ ସରକାର ଓ କ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ଯେପରି କ୍ୟାମ୍ପସରୁ କୋରୋନା ଆଉ କାହାକୁ ନ ବ୍ୟାପେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଭୟଭିତ ହେବାର ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ।ଆଇଆଇଟି ମାଡ୍ରାସ କର୍ତ୍ତୃପକ୍ଷ ଲୋକଙ୍କୁ କହିଛନ୍ତି ଯେ, ଯଦି କୈଣସି ବ୍ୟକ୍ତିଙ୍କ ଠାରେ କୋରୋନାର ଲକ୍ଷଣ ଦଖାଯାଏ । ତେବେ, ସେ ତୁରନ୍ତ କୋରୋନା ପରୀକ୍ଷା କରାନ୍ତୁ । ପୂର୍ବପରି ସମସ୍ତେ କୋରୋନା କଟକଣା ମାନିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟୀ ରଖିବାକୁ ପରାମର୍ଶ ଦେଇଛନ୍ତି ।

ତାମିଲନାଡୁର ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ବୁଧବାର ଦିନ, ଆଇଆଇଟି ମାଡ୍ରାସରେ କ୍ୟାମ୍ପସରେ 111 କୋରୋନା ପିଜିଟିଭ କେସ ଚିହ୍ନଟ ହୋଇଥିଲା ।

Related Posts