ଆସନ୍ତା ମଙ୍ଗଳବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୧ଦଶ କିସ୍ତି

ନୂଆଦିଲ୍ଲୀ: ଚାଷୀଙ୍କ ଖାତାକୁ ଆସିବ 2 ହଜାର ଟଙ୍କା । ଆସନ୍ତା ୩୧ (ମଙ୍ଗଳବାର) ରିଲିଜ ହେବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN)ର ୧୧ଦଶ କିସ୍ତି । ଫଳରେ ଏହି କିସ୍ତି ବାବଦକୁ ୨ ହଜାର ଟଙ୍କା ଲେଖାଏ ପଠାଯିବ । ସିମଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ ।

ସୂଚନା ଅନୁସାରେ, ଏହି ୧୧ଦଶ କିସ୍ତିରେ ୨୧ ହଜାର କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ମୋଦି ୭୭୩ ଜିଲ୍ଲାରେ ଜାରି ହୋଇଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ଆୟୋଜିତ କାର୍ଯ୍ୟକ୍ରମରେ ୧୭ଟି କେନ୍ଦ୍ରୀୟ ଯୋଜନାର ୨୪୦ ହିତାଧିକାରୀଙ୍କ ସହ ସିଧାସଳଖ କଥା ହେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କର ସରକାରୀ କାର୍ଯ୍ୟକାଳ ୮ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୦ଟି କିସ୍ତି ଜାରି ହୋଇଛି । PM-KISAN ଯୋଜନା ଅନୁଯାୟୀ, ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ଲାଭ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲା । ପ୍ରତ୍ୟେକଟି କିସ୍ତି ୪ ମାସର ବ୍ୟବଧାନରେ ୨୦୦୦ ଟଙ୍କା ପ୍ରଦାନ କରାଯାଇଥାଏ । ଏହି ପାଣ୍ଠି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ । ଅନ୍ୟପଟେ ଏହି ଯୋଜନାରର ଲାଭ ଉଠାଇବା ପାଇଁ e-KYCକୁ ବାଧ୍ୟତାମୂଳକ କରାଯାଇଛି ।

Related Posts