ବର୍ଦ୍ଧିତ ପେଟ୍ରୋଲ-ଡିଜେଲ ମୂଲ୍ୟକୁ ନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ବଡ ଯୁକ୍ତି: ଡିସେମ୍ବରରେ ପେଟ୍ରୋଲ ମୂଲ୍ୟ ହେବ ୨୭୫ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ ପେଟ୍ରୋଲ-ଡିଜେଲ ମୂଲ୍ୟ ପ୍ରତିଦିନ ବଢ଼ିବାରେ ଲାଗିଛି | ବର୍ଦ୍ଧିତ ଦର କୁ ନେଇ ଏବେ ଚିନ୍ତିତ ସାଧାରଣ ଲୋକ | ସେପଟେ ଆଜି ପେଟ୍ରୋଲ ଓ ଡିଜେଲ ଦର ୮୫ ପଇସା ଲେଖାଏଁ ବଢ଼ିଥିବା ବେଳେ, ଯାହା ଫଳରେ ଶନିବାର ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୫୦ରେ ଏବଂ ଡିଜେଲ ଦର ୯୯ ଟଙ୍କା ୨୭ ପଇସାରେ ପହଞ୍ଚିଛି। ଗତ ୨୨ ତାରିଖରୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଛି। ଗତ ୧୨ ଦିନ ମଧ୍ୟରେ ପେଟ୍ରୋଲ ୭ ଟଙ୍କା ୬୯ ଏବଂ ଡିଜେଲ ୭ ଟଙ୍କା ୬୫ ପଇସା ମହଙ୍ଗା ହୋଇଯାଇଛି।

ଗତ ୧୨ ଦିନ ମଧ୍ୟରେ ତେଲର ମୂଲ୍ୟ ୧୦ ଥର ବଢାଯାଇଥିବାବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ବର୍ତ୍ତମାନ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ପେଟ୍ରୋଲ ମୂଲ୍ୟ ବୃଦ୍ଧିକୁ ନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଅଖିଳେଶ ଯାଦବ ବିଜେପି ସରକାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି, ଯେ “ଜନସାଧାରଣ କହୁଛନ୍ତି ଯେ ପ୍ରତିଦିନ ୮୦ ପଇସା ବଢୁଛି | ଯଦି ପେଟ୍ରୋଲର ମୂଲ୍ୟ ପ୍ରତିମାସରେ ବଢିବ ତେବେ ଆସନ୍ତା ନଭେମ୍ବର-ଡିସେମ୍ବରରେ ପେଟ୍ରୋଲ ମୂଲ୍ୟ ୨୭୫ ଟଙ୍କାରେ ପହଞ୍ଚିଯାଇଥିବ | କାରଣ ପ୍ରତିଦିନ ବଢୁଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ବିଚାର କଲେ ଆସନ୍ତା ୭ ମାସ ମଧ୍ୟରେ ଏହାର ମୂଲ୍ୟ ପ୍ରାୟ ୧୭୫ ଟଙ୍କା ବୃଦ୍ଧି ହେବ ବୋଲି କହିଛନ୍ତି | ଏଥିସହ କଂଗ୍ରେସ ବି ବର୍ଦ୍ଧିତ ଦର କୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି |

Related Posts