୩୮ ଜଣିଆ ଇସ୍ତାହାର କମିଟି ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ କେଉଁ ନେତା ସାମିଲ?

ଭୁବନେଶ୍ୱର,୧୦/୪(ସତ୍ୟପାଠ ବ୍ୟୁରୋ):  ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ଏହାରି ମଧ୍ୟରେ ବିଜୁ ଜନତା ଦଳ ୩୮ ଜଣିଆ ଇସ୍ତାହାର କମିଟି ଗଠନ କଲା। ଏହି କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଚନ୍ଦ୍ରଶେଖର ସାହୁ।

ସେହିଭଳି ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ୱ ମିଳିଥିବାବେଳେ ସହ-ଆବାହକ ଭାବେ ଶସ୍ମିତ ପତ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କମିଟିରେ ୬ ସହ-ଅଧ୍ୟକ୍ଷ, ୩ ପ୍ରବାସୀ ଓଡ଼ିଆ ସଦସ୍ୟ ସାମିଲ ହୋଇଛନ୍ତି। ୬ ସହ-ଅଧ୍ୟକ୍ଷ ତାଲିକାରେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳ କିଶନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ରଙ୍କୁ ସାମିଲ କରାଯାଇଛି। ପ୍ରବାସୀ ଓଡ଼ିଆ ତାଲିକାରେ ସୁକାନ୍ତ କେ. ମହାପାତ୍ର, ସୋପିନେନ୍ଦୁ ମହାନ୍ତି, ଅମୀୟ ମିଶ୍ରଙ୍କୁ ସାମିଲ କରାଯାଇଛି।

୩୮ ଜଣିଆ ତାଲିକାରେ ଅତନୁ ସବ୍ୟସଚୀ ନାୟକ, ଅଚ୍ୟୁତାନନ୍ଦ ସାମନ୍ତ, ଅରୁଣ କୁମାର ସାହୁ, ସଂତୃପ୍ତ ମିଶ୍ର, ସଞ୍ଜୟ କୁମାର ଦାସ ବର୍ମା, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, ଦିବ୍ୟ ଶଙ୍କର ମିଶ୍ର, ଶ୍ରିମୟୀ ଶ୍ଵେତା ସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ୱାଳ, ସୁବାସ ସିଂ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝି, ଦିଲ୍ଲୀପ ତିର୍କି, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ଏସକେ. ନିଜାମୁଦିନ, ତନ୍ମୟ ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ପରିଡା, ବିଷ୍ନୁପ୍ରିୟା ଦାସ, ପଙ୍କଜିନୀ ମଙ୍ଗରାଜ, ମାମିନା ନାୟକ, କିଶୋରୀ ଦେବତାଙ୍କୁ ଦାୟିତ୍ୱ ମିଳିଛି।

ଅନ୍ୟପଟେ, ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ତେବେ ୩ ପ୍ରମୁଖ ଦଳ କେବେ ଯୋଦ୍ଧା ଘୋଷଣା କରିବେ ତାହା ଦେଖିବାକୁ ବାକି ରହିଲା।

Related Posts