
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରବିବାର ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀମାନେ ଯୋଗ ଦେଇଥିଲେ।ରାଷ୍ଟ୍ରୀୟ ଭବନର ସାଂସ୍କୃତିକ କେନ୍ଦ୍ରରେ ଏହି ସଭା ଅନୁଷ୍ଠିତ ହୋଇଥିଲା।
ଦୁଇ ବର୍ଷ ପରେ ମୁଖ୍ୟମନ୍ତ୍ରୀମାନ ଏବଂ ମନ୍ତ୍ରୀଙ୍କ ସହିତ ଏହି ବୈଠକରେ ସାମ୍ନା ସମ୍ନି ଭେଟିଛନ୍ତି ପ୍ରଧାନମନ୍ତ୍ରୀ। କାରଣ କରୋନା ମହାମାରୀ ଯୋଗୁଁ ୨୦୨୦ରେ ଏହି ସଭା ଆୟୋଜନ ହୋଇପାରିଲା ନାହିଁ ଏବଂ ୨୦୨୧ ରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗ ଦେଇନାହାଁନ୍ତି।