କରୋନା ପାଇଁ ସ୍ଥଗିତ ରହିଲା ଅମରନାଥ ଯାତ୍ରା

(ସତ୍ୟପଠ ବ୍ୟୁରୋ) ଭୁବନେଶ୍ୱର : ଦିନକୁ ଦିନ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡ, ଅମରନାଥ ଯାତ୍ରାର ପଞ୍ଜୀକରଣ ପ୍ରକ୍ରିୟାକୁ ସାମୟିକ ଭାବେ ବନ୍ଦ କରି ଦେଇଛି। ପରିସ୍ଥିତି ସୁଧାରିବା ମାତ୍ରେ ପଞ୍ଜୀକରଣ ପ୍ରକ୍ରିୟା ପୁନଃ ଆରମ୍ଭ ହେବ। ଚଳିତ ଥର ଅମରନାଥ ଯାତ୍ରା 28 ଜୁନ୍ ରୁ ଆରମ୍ଭ ହେବ, ଯେଉଁଥିପାଇଁ ପଞ୍ଜୀକରଣ 1 ଏପ୍ରିଲରୁ ଆରମ୍ଭ ହୋଇଥିଲା। ଏବଂ ୫୬ ଦିନିଆ ଅମରନାଥ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ 15 ଏପ୍ରିଲରୁ ଆରମ୍ଭ ହୋଇଥିଲା । ଗତ ବର୍ଷ ଭଳି, ଏଥର ମଧ୍ୟ ଭକ୍ତମାନେ ବାବା ବାର୍ଫାନୀଙ୍କ ସକାଳ ଓ ସନ୍ଧ୍ୟା ଆରତୀ ଟିଭି ଚ୍ୟାନେଲରେ ଲାଇଭ୍ ଦେଖିବାକୁ ପାଇବେ । ଏଥିପାଇଁ ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡ ଟେଣ୍ଡର କରିଛି। ପାରମ୍ପାରିକ ବାଲ୍ଟାଲ ଏବଂ ଚନ୍ଦନବାଡି ଟ୍ରାକରୁ ଯାତ୍ରା ପ୍ରସ୍ତୁତି ଚାଲିଛି ।

Related Posts