ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାଗ ଖରାପ ହେବା ଯୋଗୁ ଆଜି ପୁଣିଥରେ ଅମରନାଥ ଯାତ୍ରାକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି। ଉଭୟ ପହଲଗାମ ଓ ବାଲତଲ ମାର୍ଗ ଦେଇ କୌଣସି ଯାତ୍ରୀଙ୍କୁ ଯିବାକୁ ଅନୁମତି ଦିଆଯାଇନାହିଁ । ଜୁଲାଇ ୮ତାରିଖ ଦିନ ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଓ ବନ୍ୟା ଆସିବାରୁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ନିଖୋଜ ହୋଇଯାଇଥିଲେ ।ଏହାପରେ ଅମରନାଥ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଥିଲା । ୧୧ ତାରିଖରେ ସ୍ଥିତି ଅଳ୍ପ ସୁଧୁରିବା ପରେ ପୁଣି ଥରେ ଅମରନାଥ ଯାତ୍ରା ଆରମ୍ଭ କରିବାକୁ ଅନୁମତି ମିଳିଥିଲା। ତେବେ ଆଜି ପୁନର୍ବାର ଖରାପ ପାଗ ଯୋଗୁ ଏହି ଯାତ୍ରାକୁ ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି।