ମହାରାଷ୍ଟ୍ରରେ ପେଟ୍ରୋଲ ଦର ୫ଟଙ୍କା ଓ ଡିଜେଲ ଦର ୩ଟଙ୍କା ହ୍ରାସ କଲେ ସିନ୍ଦେ ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀ ହେବାର କିଛି ଦିନ ମଧ୍ୟରେ ଏକନାଥ ସିନ୍ଦେ ମହାରାଷ୍ଟ୍ରର ଜନସାଧାରଣଙ୍କୁ ଉପହାର ଦେଇଛନ୍ତି। ରାଜ୍ୟରେ ପେଟ୍ରୋଲ ଦାମକୁ ଲିଟରପିଛା ୫ ଟଙ୍କା କମାଇଛନ୍ତି ସରକାର। ସେହିପରି ସମାନ୍ତରାଳ ଭାବେ ଡିଜେଲ ଦାମ୍‌ ମଧ୍ୟ ଲିଟର ପିଛା ୩ ଟଙ୍କା କମିଥିବା ସୂଚନା ମିଳିଛି।ଗୁରୁବାର ମୁମ୍ବାଇରେ ଏକନଥ ସିନ୍ଦେ ଏନେଇ ଘୋଷଣା କରିଛନ୍ତି। ଘୋଷଣା କରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଏଥିପାଇଁ ରାଜ୍ୟକୁ ବର୍ଷକୁ ୬୦୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ, କିନ୍ତୁ ଏହା ସାମଗ୍ରିକ ଭାବେ ମୁଦ୍ରାସ୍ଫୀତି ହ୍ରାସ କରାଇବ।

ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀଶ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ନିଷ୍ପତ୍ତି ହେଉଛି ଜନ କଲ୍ୟାଣ ନିମନ୍ତେ ଶିବସେନା-ବିଜେପି ସରକାରଙ୍କ ପ୍ରତିବଦ୍ଧତାର ଅଂଶବିଶେଷ।

Related Posts