ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ୮ ଘଣ୍ଟିଆ ବନ୍ଦ ଡାକରା

ଭଦ୍ରକ : ଆସନ୍ତାକାଲି ଭଦ୍ରକ ବନ୍ଦ । ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦାବି କରିଛି ଭଦ୍ରକ କଂଗ୍ରେସ । ବାରମ୍ବାର ଦାବି ପରେ ମଧ୍ୟ ସରକାର ଏ ଦିଗରେ କିଛି ବି ପଦକ୍ଷେପ ନେଉ ନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ୮ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଇଛି ।

ଏଥିପାଇଁ ଭଦ୍ରକ କଂଗ୍ରେସ ପକ୍ଷରୁ ଏକ ଦାବି ପତ୍ର ପୂର୍ବରୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସକର୍ମୀମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ଭଦ୍ରକବାସୀଙ୍କ ଏହି ଦାବିକୁ ସରକାର ବାରମ୍ବାର ଦାବି ପରେ ମଧ୍ୟ ଶୁଣୁ ନାହାନ୍ତି । ଫଳରେ ବିଶେଷ କରି ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାବାସୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ଜିଲ୍ଲାବାସୀଙ୍କ ହକ ପାଇଁ ଶେଷରେ ବାଧ୍ୟ ହୋଇ କଂଗ୍ରେସ ଦଳ ଭଦ୍ରକ ବନ୍ଦ କରିବାକୁ ବାଧ୍ୟ ହେଉଛି । ତେଣୁ ଭଦ୍ରକ ବନ୍ଦ ଡାକରାରେ ସମସ୍ତଙ୍କୁ ସହଯୋଗ ପାଇଁ ନିବେଦନ କରିଛି କଂଗ୍ରେସ

Related Posts