ଏଣିକି ଭାରତୀୟ ସୁରକ୍ଷାବାହିନୀଙ୍କୁ ପଢ଼ାଯିବ ଭଗବତ ଗୀତା ଓ ଚାଣକ୍ୟ ନୀତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଖୁବ ଶୀଘ୍ର ଭଗବଦ୍ ଗୀତା ଏବଂ ଚାଣକ୍ୟଙ୍କ ଅର୍ଥଶାସ୍ତ୍ର ପଢିବେ ସେନା , ବାୟୁସେନା ଏବଂ ଅନ୍ୟ ସୁରକ୍ଷାବଳ ଅଧିକାରୀ। ଭଗବତ ଗୀତା ସାଙ୍ଗକୁ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରକୁ ମଧ୍ୟ ସିଲାବସରେ ଅନ୍ତର୍ଭୁକ୍ତ କରାଯିବା ନେଇ ବିଚାର ବିମର୍ଶ ଚାଲିଛି। 

ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ସିକନ୍ଦରାବାଦ ମୁଖ୍ୟାଳୟ ସ୍ଥିତ  କଲେଜ୍‌ ଅଫ ଡିଫେନ୍ସ ମ୍ୟାନେଜମେଣ୍ଟର ପ୍ରାଚୀନ ଭାରତୀୟ ଗ୍ରନ୍ଥ ଉପରେ ଅନୁଧ୍ୟାନ ଆରମ୍ଭ କରିଛନ୍ତି ଯାହା ଆଧୁନିକ ଯୁଦ୍ଧ ଓ ସୈନ୍ୟ ଶାସନ ପାଇଁ ପ୍ରାସଙ୍ଗିକ। ଏଥିପାଇଁ ଦୁଇଟି ପ୍ରାଚୀନ ଲିପି- ଭଗବତ  ଗୀତା ଓ ଅର୍ଥଶାସ୍ତ୍ର ପାଇଁ ସୁପାରିଶ କରିଛି।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ସେନା ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭଗବତ ଗୀତା ସୈନ୍ୟ ସିଦ୍ଧାନ୍ତ, ରଣନୀତି , ଯୁଦ୍ଧ ଓ ଜୀବନର ନୈତିକତାରେ ଜ୍ଞାନ ଓ ଅନ୍ତର୍ଦୃଷ୍ଟିର ଖଜାନା । ଏହା ଆମର ଅଧିକାରୀ ଏବଂ ଯବାନମାନଙ୍କୁ ଜଟିଳ ଯୁଦ୍ଧରେ ସ୍ୱଦେଶୀ ଦୃଷ୍ଟିକୋଣ ପ୍ରଦାନ କରିବାରେ  ସହାୟକ ହେବ । ସେହିପରି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ହେଉଛି ପ୍ରାଚୀନ ଭାରତର ଏକ ଚମତ୍କାର ଗ୍ରନ୍ଥ । ଏଥିରେ ରାଜନୀତି, ସାମରିକ ଚିନ୍ତାଧାରା ଏବଂ ବୁଦ୍ଧିର ଜଟିଳ ଅନ୍ତରାଳ ବିଷୟରେ ଜ୍ଞାନ ଦେଇଥାଏ। ” 

ତେବେ ଏ ସମ୍ପର୍କରେ ବର୍ତ୍ତମାନ ଅନୁସନ୍ଧାନ ଜାରି ରହିଛି ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି । ତେବେ ଏହି ପାଠ୍ୟକ୍ରମ କେବେ ଆରମ୍ଭ ହେବ କିମ୍ବା କେଉଁ ଏକାଡେମୀରେ ଏହାକୁ ପଢ଼ାଯିବ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।

Related Posts