ଶିବସେନା ନେତାମାନଙ୍କ ଉପରେ ୧୦୦୦ କୋଟି ଟଙ୍କାର ଦୁର୍ନିତୀ କରିଥିବାର ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିବସେନା ନେତାମାନଙ୍କ ଉପରେ ବିଜେପି ନେତା କିରିଟ ସୌମୈୟା ସଙ୍ଗିନ ଅଭିଯୋଗ ଆଣିଛନ୍ତି । ତେବେ ଶିବସେନା ନେତାମାନଙ୍କୁ କିରିଟ ସୌମୈୟା ୧୦୦୦ କୋଟି ଟଙ୍କା ଠକେଇ କରିଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଶିବସେନା ନେତା ଯଶୱନ୍ତ ଯାଦବ ଏବଂ ତାଙ୍କ ବିଧାୟକ ଯମିନୀ ଯଶୱନ୍ତ ଗତ ଦୁଇ ବର୍ଷ ମଧ୍ୟରେ ମୁମ୍ବାଇରେ ୩୬ ଟି ପୁରୁଣା କୋଠା କିଣିଛନ୍ତି। ତେଣୁ ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ ଯେ ଆଗାମୀ କିଛି ଦିନ ମଧ୍ୟରେ ଇଡି, ଆୟକର ବିଭାଗ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଏହାର ଅନୁସନ୍ଧାନ କରିବେ ବୋଲି ବିଜେପି ନେତା କହିଛନ୍ତି । କେବଳ ଏତିକି ନୁହେଁ ବରଂ ବିଜେପି ନେତା ଦାବି କରିଛନ୍ତି ଯେ ଯଶୱନ୍ତ ଯାଦବ ଏବଂ ତାଙ୍କ ପତ୍ନୀ ଗତ ୨୪ ମାସ ମଧ୍ୟରେ ୧୦୦୦ କୋଟି ଟଙ୍କାରେ ଏହି ସମ୍ପତ୍ତି ଗୁଡ଼ିକ କିଣିଛନ୍ତି ।

ସେପଟେ ଚଳିତ ମାସ ଆରମ୍ଭରେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ସୋମିଆଙ୍କୁ ବହୁ କୋଟି ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ସମିତି (ପିଏମସି) ବ୍ୟାଙ୍କ ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। ନିକୋନ୍ ଗ୍ରୀନ୍ ଭିଲ୍ ପ୍ରୋଜେକ୍ଟରେ ସୋମାୟାଙ୍କ ପତ୍ନୀ ଏବଂ ପୁଅ ନିର୍ଦ୍ଦେଶକ ବୋଲି ରାଉତ ଅଭିଯୋଗ କରିଛନ୍ତି। ଏଥିସହ ସେ ଜଣେ ବରିଷ୍ଠ ଇଡି ଅଧିକାରୀଙ୍କୁ ପାଲଘର ପ୍ରକଳ୍ପରେ ୨୬୦ କୋଟି ଟଙ୍କା ବିନିଯୋଗ କରିଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts