୨୬ ଦିନରେ ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ: ରୁଷର ଚେତାବନୀ ପରେ ମଧ୍ୟ ମାରିୟୁପୋଲକୁ ସମର୍ପଣ କରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି କହିଲେ ୟୁକ୍ରେନର ଉପପ୍ରଧାନମନ୍ତ୍ରୀ

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ଆଜିକୁ ୨୬ ଦିନରେ ପହଞ୍ଚିଛି । ଯୁଦ୍ଧ ଥମିବାର ନାଁ ଧରୁନଥିବା ବେଳେ, ଉଭୟ ଦେଶ ମଧ୍ୟରେ ଜାରି ରହିଛି ଯୁଦ୍ଧ | ଅନେକ କଟକଣା ସ୍ୱତେ ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି | ଗୋଟିଏ ପରେ ଗୋଟିଏ ସହର କବଜା କରିବା ପାଇଁ ଉଦ୍ୟମ କରୁଛି ଋଷ । ଏବେ ମାରିୟୁପୋଲ ସହରକୁ ନିଜ କବଜାକୁ ନେବାକୁ ଚେଷ୍ଟା ଚଳାଇଛି ଋଷ ସେନା । ସଂଧ୍ୟା ସୁଦ୍ଧା ଅସ୍ତ୍ର ଛାଡିବାକୁ ୟୁକ୍ରେନକୁ ଚେତାବନୀ ଦେଇଥିଲା ଋଷ । ହେଲେ ସରେଣ୍ଡର କରିବ ନାହିଁ ବୋଲି କହିଛି ୟୁକ୍ରେନ୍ ।

ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ମାରିୟୁପୋଲକୁ ସମର୍ପଣ କରିବାର କୌଣସି ପ୍ରଶ୍ନ ଉଠୁନାହିଁ । ମାରିୟୁପୋଲ ସହର ଉପରେ ବାରମ୍ବାର ଆକ୍ରମଣ କରୁଛି ଋଷ ସେନା । ମାରିୟୁପୋଲରେ ଖାଦ୍ୟ, ପିଇବା ପାଇଁ ସଂପୂର୍ଣ୍ଣ ଠପ୍ ହୋଇଯାଇଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୨୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରବିବାର ଦିନ ମାରିଉପୋଲ୍‌ରେ ସବୁଠୁ ଅଧିକ ବୋମାବର୍ଷଣ ହୋଇଥିଲା। ଯୁଦ୍ଧ ଯୋଗୁଁ ମୃତ ବ୍ୟକ୍ତିମାନଙ୍କୁ ରାସ୍ତାକଡ଼ରେ ନିର୍ମିତ କାମଚଳା ସାମାଧିସ୍ଥଳଗୁଡ଼ିକରେ କବର ଦିଆଯାଉଛି। ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି, ବୋମା ମାଡ଼ ଯୋଗୁଁ ସେମାନେ ମରି ନାହାନ୍ତି। ମରିଛନ୍ତି, ପ୍ରତିକୂଳ ପରିସ୍ଥିତି, ଶାରୀରିକ ପରିଶ୍ରମର ଅଭାବ, ମାନସିକ ଚାପ ଏବଂ ଥଣ୍ଡା ଯୋଗୁଁ।

Related Posts