ଶ୍ରୀଲଙ୍କା ର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରଜପକ୍ଷେଙ୍କୁ ଦେଶ ଛାଡ଼ିବାକୁ ବାରଣ କଲେ ସୁପ୍ରିମ କୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାର ରଜପକ୍ଷେ ପରିବାରକୁ ଆଜି ପୁଣି ଏକ ଝଟକା ଲାଗିଛି। ଗୋଟାବାୟା ରଜପକ୍ଷେ ଙ୍କ ଦୁଇ ଭାଇ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ର ରଜପକ୍ଷେ ଓ ପୂର୍ବତନ ଅର୍ଥ ମନ୍ତ୍ରୀ ବସିଲ ରଜପକ୍ଷେ ଙ୍କୁ ଦେଶ ଛାଡ଼ି ଯିବାକୁ ଦେଶର ସୁପ୍ରିମ କୋର୍ଟ ବାରଣ କରିଛନ୍ତି।

ସୂଚନା ଅନୁସାରେ ମାହିନ୍ଦ୍ରା ରଜପକ୍ଷେ ଜନତାଙ୍କ ବିରୋଧ ର ସାମ୍ନା କରି ୨ମାସ ତଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ସରକାର ଙ୍କ ବିରୋଧ ରେ ଜୋରଦାର ପ୍ରଦର୍ଶନ ଚାଲିଛି। ଫଳରେ ରାଷ୍ଟ୍ରପତି ଗୋଟାବାୟା ଦେଶରୁ ପଳାୟନ କରିଛନ୍ତି। ସେ ପ୍ରଥମେ ମାଳଦ୍ଵିପ ଓ ପରେ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସିଙ୍ଗାପୁରରେ ପହଞ୍ଚି ନିଜ ପଦରୁ ଇସ୍ତଫା ଦେଇଛନ୍ତି ଗୋଟାବାୟା। ଏହାପରେ ଆଜି ତାଙ୍କ ଦୁଇ ଭାଇ ଦେଶ ଛାଡ଼ି ଯିବାକୁ ବାରଣ କରିଛନ୍ତି ସୁପ୍ରିମ କୋର୍ଟ। ଶ୍ରୀଲଙ୍କାରେ ବର୍ତ୍ତମାନ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି।

Related Posts