
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ଜନତା ପାର୍ଟିକୁ ନେଇ ବଡ଼ ବୟାନ ଦେଇଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ତେବେ ଆସନ୍ତା ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ବିଜେପିର ପ୍ରଭାବ ରହିବ । ଅର୍ଥାତ ଆଗାମୀ ଦଶନ୍ଧି ଧରି ବିଜେପି ଏକ ବିଜୟୀ ନିର୍ବାଚନ ଦଳ ଭାବେ ରହିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । କେବଳ ଏତିକି ନୁହେଁ ବରଂ ଥରେ ଭାରତୀୟ ସ୍ତରରେ ୩୦ ପ୍ରତିଶତରୁ ଅଧିକ ଭୋଟ ପାଇଲେ କେହି ଏହାକୁ ସହଜରେ ଛଙ୍ଗ଼ାଇ ନେଇ ପାରିବେ ନାହିଁ । ଭୋଟ ପ୍ରତିଶତ ଧିରେ ଧିରେ କମିବ କିନ୍ତୁ ହଠାତ ନୁହେଁ ।
ଏହାର ଅର୍ଥ ନୁହେଁ ଯେ ବିଜେପି ପ୍ରତ୍ୟେକ ନିର୍ବାଚନରେ ଜିତିବା ଜାରି ରଖିବ ବୋଲି କହିଛନ୍ତି । ସେପଟେ ପ୍ରଥମ ୪୦ରୁ ୫୦ ବର୍ଷ ଧରି ଭାରତରେ ରାଜନୀତି କଂଗ୍ରେସ ଚାରିପଟେ ଘୂରି ବୁଲୁଥିଲା । ଧିରେ ଧିରେ କଂଗ୍ରେସର ଭୋଟ ପ୍ରତିଶତ ବିଭିନ୍ନ କାରଣରୁ ହ୍ରାସ ପାଇବାରେ ଲାଗିଥିଲା । ସେହିପରି ଭବିଷ୍ୟତରେ ବିଜେପିର ମଧ୍ୟ ଭୋଟ ପ୍ରତିଶତ ହ୍ରାସ ପାଇବ ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।