ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡିର ତାଲିମ କାର୍ଯ୍ୟକ୍ରମ, ନବାଗତ ବିଧାୟକଙ୍କୁ ଭୋଟ ଦେବା ଶିଖାଉଛନ୍ତି ବରିଷ୍ଠ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ ବିଜେଡିର ବିଧାୟକମାନଙ୍କୁ ଦଳ ପକ୍ଷରୁ ତାଲିମ ଦିଆଯାଉଛି । କିପରି ଭାବେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦିଆଯିବ, ଗୋଟିଏ ମଧ୍ୟ ଭୋଟ କିପରି ନାକଚ ହେବ ନାହିଁ ସେଥପାଇଁ ଦଳ ବରିଷ୍ଠ ନେତା ଏହି ତାଲିମ ଦେଉଛନ୍ତି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ଏହି ତାଲିମ କାର୍ଯ୍ୟକ୍ରମ ଚାଲିଛି ।ବିଶେଷ କରି ପ୍ରଥମ ଥର ପାଇଁ ଯେଉଁ ବିଧାୟକ ମାନେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଯାଉଛନ୍ତି ସେମାନଙ୍କ ଉପରେ ଏହି ତାଲିମ କାର୍ଯ୍ୟକ୍ରମରେ ଅଧିକ ଧ୍ୟାନ ଦିଆଯାଉଛି।

ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ ଦେଉଥିବା ବେଳେ ଓଡ଼ିଶାର ଆଦିବାସୀ ଝିଅ ହୋଇଥିବାରୁ କିଭଳି ଭାବେ ଓଡିଶାରୁ ଅଧିକ ଭୋଟ ମିଳିବ ଓ ଗୋଟିଏ ହେଲେ ଭୋଟ ନାକଚ ନହେବ ସେହି ପ୍ରୟାସରେ ବିଜେଡି ଏହି ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିଥିବା ସୂଚନା ମିଳିଛି।

Related Posts