ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଳବୈଶାଖୀ ପ୍ରଭାବରେ ଚିଲିକାରେ ବୁଡିଲା ଡଙ୍ଗା । କାଳୁପଡା ଘାଟ ନିକଟରେ ମାଛଧରା ଡଙ୍ଗା ବୁଡିଯାଇଛି । ଡଙ୍ଗାରେଥିବା ଲକ୍ଷାଧିକ ଟଙ୍କାର ମାଛ, ଜାଲ ବୁଡିଯାଇଥିବା ବେଳେ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେପଟେ କାଳବୈଶାଖୀ ଓଡ଼ିଶାରେ ପ୍ରବେଶ କରିସାରିଛି ।
ଯାହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାମାନଙ୍କରେ ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
