ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ଆଲୋକିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆଧୁନିକ ଆକାଂକ୍ଷା ସହିତ ନୂତନ ଭାରତ ନିଜର ପ୍ରାଚୀନ ପରିଚୟ ବଞ୍ଚାଉଛି । ସେପଟେ କାଲିକା ମାତାଙ୍କ ପୁନଃନିର୍ମାଣ ମନ୍ଦିରର ଉଦଘାଟନୀ ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏପରି କହିଥିବାର ଦେଖିବାକୁ ମିଳିଛି । ଏହା ସହ ଆଜି ଭାରତର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଗୌରବ ପୁନଃସ୍ଥାପିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଚମହଲ ଜିଲ୍ଲାର ପାଭଗଡ ପାହାଡ ଉପରେ ପୁନଃନିର୍ମାଣ ହୋଇଥିବା କାଲିକା ମାତା ମନ୍ଦିରର ଉଦଘାଟନ କରିଛନ୍ତି। ସେ ମନ୍ଦିରରେ ପୂଜା କରିବା ପରେ ମନ୍ଦିର ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆଜି ଶତାବ୍ଦୀ ପରେ ପାଭଗଡ ମନ୍ଦିରର ଶୀର୍ଷରେ ପୁଣି ଥରେ ପତାକା ଉତ୍ତୋଳନ କରାଯାଇଛି। ଶୀର୍ଷରେ ଥିବା ଏହି ପତାକା କେବଳ ଆମର ବିଶ୍ୱାସ ଏବଂ ଆଧ୍ୟାତ୍ମିକତାର ପ୍ରତୀକ ନୁହେଁ! ଏହି ପତାକା ମଧ୍ୟ ଏହାର ପ୍ରତୀକ ଅଟେ! ଶତାବ୍ଦୀ ଏବଂ ଯୁଗରେ ପରିବର୍ତ୍ତନ ସତ୍ତ୍ୱେ ବିଶ୍ୱାସ ଚିରସ୍ଥାୟୀ ରହିଥାଏ। ଆଜି ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଗୌରବ ପୁନଃସ୍ଥାପିତ ହେଉଛି। ଆଜି ନୂତନ ଭାରତ ଏହାର ଆଧୁନିକ ଆକାଂକ୍ଷା ସହିତ ନିଜର ପ୍ରାଚୀନ ପରିଚୟ ବଞ୍ଚାଉଛି ଏବଂ ଏହାର ଐତିହ୍ୟ ପାଇଁ ଗର୍ବ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।