କେନ୍ଦୁଝର ଜିଲ୍ଲା ବାଂଶପାଳ ଗାଁ ନିକଟସ୍ଥ ଜଙ୍ଗଲରୁ ବାପା ଓ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତେଲକୋଇ : କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ବାଂଶପାଳ ଗାଁ ନିକଟସ୍ଥ ଜଙ୍ଗଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

ମୃତକ ଦ୍ୱୟ ହେଲେ ବାଂଶପାଳ ମୁଣ୍ଡା ସାହିର ଶୁକ୍ରା ମୁଣ୍ଡା ଓ ତାଙ୍କ ପୁଅ ଶଙ୍କର ମୁଣ୍ଡା। ବାପପୁଅଙ୍କ ମୃତଦେହ ଘର ପାଖ ଜଙ୍ଗଲରୁ ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି। ଝୁଲନ୍ତା ଅବସ୍ଥାରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରୁ ବାପ-ପୁଅ ନିଖୋଜ ଥିଲେ। ଆଉ ଆଜି ମିଳିଛି ସେମାନଙ୍କ ମୃତଦେହ। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ସ୍ପଷ୍ଟ ହୋଇନି। ଏନେଇ ଖବର ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି ।

Related Posts