ଝୁଲନ୍ତା ଅବସ୍ଥାରେ ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେଙ୍କ ମୃତ ଦେହ ଉଦ୍ଧାର

କୋଲକାତା: ପୁଣି ଆଖି ବୁଜିଲେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ । ଅଭିନେତ୍ରୀ ପଲ୍ଲବୀ ଦେଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତଦେହ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ତାଙ୍କୁ ବଙ୍ଗୁର ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି । ଅଭିନେତ୍ରୀଙ୍କ ଏପରି ମୃତ୍ୟୁ ପଛର କାରଣ ଖୋଜିବାକୁ ଚେଷ୍ଟା କରୁଛି ।

ଅଭିନେତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଖବର ତାଙ୍କ କୋ-ଷ୍ଟାର ଏବଂ ପ୍ରଶଂସକଙ୍କୁ ଚକିତ କରିଛି । ଟିଭି ଶୋ’ ‘ମୋନ ମୋନ ନା’ ରେ ଏକାଠି କାମ କରିଥିବା ସହ-କଳାକାର ଅନମିତ୍ରା ବତାବ୍ୟାଲ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ଦୁଇ ଦିନ ପୂର୍ବରୁ ପଲ୍ଲବୀଙ୍କ ସହ କଥା ହୋଇଥିଲେ । ସେ ଏହି ଖବର ଶୁଣି ସମ୍ପୂର୍ଣ୍ଣ ଚକିତ ହୋଇପଡିଥିବା କହିଛନ୍ତି । ମେ 12 ରେ ଟେଲିଭିଜନ ଶୋ’ ପାଇଁ ସେମାନେ ସୁଟିଂ କରିଥିଲେ ଏବଂ ପରେ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏହି ଖବରକୁ ସେ ବିଶ୍ବାସ କରିପାରିନାହାନ୍ତି ବୋଲି କହିଛନ୍ତି ।ଅଭିନେତ୍ରୀ ପଲ୍ଲବୀ ଏହି ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ଯେଉଁଥିରେ ସାମ୍ ଭଟ୍ଟାଚାର୍ଯ୍ୟ ମୁଖ୍ୟ ଭୂମିକାରେ ଥିବାବେଳେ ଅଭିନେତ୍ରୀ ଅଞ୍ଜନା ବସୁ ଶୋ’ରେ ନକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି । ପଲ୍ଲବୀଙ୍କ ମୃତ୍ୟୁ ତାଙ୍କ ସହକର୍ମୀ ତଥା ଅନ୍ୟ କଳାକାରମାନଙ୍କୁ ଏକ ଗଭୀର ଆଘାତ ଦେଇଛି ।

Related Posts