ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ କୁ ନେଇ ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼

ପୁରୀ: ଆଜି ରଙ୍ଗର ପର୍ବ ହୋଲି । ତେବେ ହୋଲି କୁ ନେଇ ଚାରିଆଡ଼େ ଉତ୍ସବ ର ମହୋଲ ଥିବା ବେଳେ, ଦୁଇ ଗୋଷ୍ଟି ମଧ୍ୟରେ ବିବାଦ କୁ ନେଇ ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼ ହୋଇଛି । ଦଣ୍ଡୁସିପଡା ଗାଁରେ ୨୦ ରୁ ଅଧିକ ବୋମାମାଡ଼ ହୋଇଛି । ଫଳରେ ଏହି ଘଟନାରେ ଜଣେ ଆହତ ହୋଇଛନ୍ତି। ଚଳିତ ବର୍ଷ ଫେବୃଆରୀରେ ରାଜନୈତିକ ବିବାଦକୁ ନେଇ ଏହି ଅଞ୍ଚଳରେ ବୋମା ମାଡ଼ ହୋଇଥିଲା ।

ସେହିପରି ହୋଲି ଖେଳରୁ ସଂଘର୍ଷ ଘଟି ୧୦ ଆହତ ହୋଇଛନ୍ତି । ଗଞ୍ଜାମ ଆସିକା ପାଟିଳିଗୁଡ଼ା ଗାଁରେ ହୋଲି ଖେଳରୁ ସଂଘର୍ଷ ଦୁଇ ସାହି ମଧ୍ୟରେ ସଂଘର୍ଷ ଯୋଗୁଁ ୧୦ ଜଣରୁ ଅଧିକ ଆହତ ଆହତମାନେ ଚିକିତ୍ସା ପାଇଁ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ହୋଲି କୁ ନେଇ ଚାରିଆଡ଼େ ଖୁସିର ମହୋଲ ଥିବା ବେଳେ, ଅନେକ ସ୍ଥାନରେ ସଙ୍ଘର୍ଷ ଓ ଅଘଟଣ ମାନ ଘଟିଥିବା ଦେଖିବାକୁ ମିଳିଛି ।

Related Posts