ବୃଦ୍ଧା ମା’ଙ୍କୁ ବଞ୍ଚାଇବାକୁ ଯାଇ ୨୦ ଫୁଟ ଗଭୀର କୂଅକୁ ଡେଇଁଲା ପୁଅ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବୃଦ୍ଧା ମା’ଙ୍କୁ ବଞ୍ଚାଇବା ପାଇଁ କୂଅକୁ ଡେଇଁଲା ପୁଅ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନୂଆପଡ଼ା ଜିଲ୍ଲାର କୋମନା ଵ୍ଳକ ସଦର ମହକୁମାର ଵଙ୍ଗଲାପଡାର ୭୦ ଵର୍ଷୀୟା ଶଶିପ୍ରଭା ପାଣିଗ୍ରାହୀ ଥଣ୍ତା ଯୋଗୁ ସୁର୍ୟ୍ୟକିରଣ ପଡୁଥିଵା ନିଜ ଵାଡିରେ ଥିଵା କୂଅର ଚାନ୍ଦିନିରେ ବସିଥିଲେ । ବସିଥିବାବେଳେ ଅସାବଧାନତା ହେତୁ ସେ କୂଅ ଭିତରକୁ ପଡ଼ିଯାଇଥିଲେ । ୨୦ ଫୁଟରୁ ଅଧିକ ଗଭୀର ଏହି କୂଅରେ ମାଁଙ୍କୁ ପଡ଼ିଯାଇଥିବାର ଦେଖି ତାଙ୍କ ପୁଅ ସତ୍ୟ ନାରାୟଣ ପାଣିଗ୍ରାହୀ କୂଅ ଭିତରକୁ ଡ଼େଇଁପଡ଼ିଥିଲେ ।

କାଳେ ମା ଅଣନିଶ୍ବାସୀ ହୋଇଯିଵେ ଭାଵି ସାଙ୍ଗେସାଙ୍ଗେ କୂଅ ଭିତରକୁ ଡେଇଁପଡି ମାକୁ ଧରି ରହିଥିଲେ। କିନ୍ତୁ ଉପରକୁ ଉଠିପାରୁ ନଥିଲେ। ଏହା ପରେ ସ୍ଥାନୀୟ ଲୋକ ଅଗ୍ନିଶମବାହିନୀଙ୍କୁ ଡାକିଥିଲେ । ଖବର ପାଇ ଅଗ୍ନିଶମଵାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା ଓ ପୁଅଙ୍କୁ ସୁରକ୍ଷିତତ ଭାଵରେ ଉଦ୍ଧାର କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

Related Posts