ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ଉଧମପୁର ଜିଲ୍ଲା ରାମନଗର ଅଞ୍ଚଳରେ ଘଟିଛି ଏକ ବଡ ଅଘଟଣ | ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା କଡକୁ ଓଲଟିପଡିଥିବା ସୂଚନା ମିଳିଛି | ତେବେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ତେବେ ଆହତ ମାନଙ୍କ ମଧ୍ୟରେ ଅନେକ ଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳେ, ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ଦେଖା ଦେଇଛି |

ରାମନଗର ଏସଡିପିଓ କହିଛନ୍ତି ଯେ, ରାମନଗର ଉଦକ ଅଞ୍ଚଳରେ ଗୋଟିଏ ବସ୍ ରାସ୍ତା କଡକୁ ଓଲଟିପଡିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ୨୫ ଜଣ ଆହତ ହୋଇଛନ୍ତି । ବସ୍‌ଟି କୋଗରମଢ ଅଞ୍ଚଳକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଗୁରୁତର ୫ ଜଣଙ୍କୁ ଜିଲ୍ଲା ଚିକିତ୍ସାଳୟ ଉଧମପୁରକୁ ସ୍ଥାନାନ୍ତର କରାଯାଇଛି ।

ବିବାହ ଉତ୍ସବରେ ଯୋଗଦେଇ ବସ୍‌ରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ୬୬ ବର୍ଷ ବୟସ୍କା ରାଜ୍ଜୋ ଦେବୀ ଏବଂ ୪୮ ବର୍ଷ ବୟସ୍କା ବିମଲା ଦେବୀ । ଉଭୟ କଗୋଟ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଘଟଣାର ଯାଞ୍ଚ କରୁଛି ।