ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସିଥିଲା ଯୁବକ ହେଲେ ଯୋଜନାକୁ ପଣ୍ଡ କଲା ବିଏସଏଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସିଥିଲା ଯୁବକ ହେଲେ ଯୋଜନାକୁ ପଣ୍ଡ କଲା ବିଏସଏଫ । ତେବେ ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଜଣେ ଅନୁପ୍ରବେଶକାରୀ ଭାରତରେ ପହଞ୍ଚିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ନୂପୁରଙ୍କ ଉପରକୁ ଆକ୍ରମଣ କରିବା ପୂର୍ବରୁ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବାହିନୀ(ବିଏସଏଫ) ୨୪ବର୍ଷୀୟ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଥିବା ସାମ୍ନାକୁ ଆସିଛି। ଏହି ବ୍ୟକ୍ତିଙ୍କ ନାମ ରିଜୱାନ୍ ଅଶରଫ ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ରିଜୱାନକୁ ଗିରଫ କରାଯିବା ସମୟରେ ତା’ର ଯୋଜନା କ’ଣ ଥିଲା, ସେ ବିଷୟରେ କେହି ଜାଣିନଥିଲେ। ହେଲେ ପଚରାଉଚରା କରାଯିବାରୁ ଆଜି ଭାରତ ଆସିବାର ପ୍ରକୃତ କାରଣ ଜଣାପଡ଼ିଛି। ବିଏସଏଫ ଅଧିକାରୀ ରିଜୱାନକୁ ଭାରତ ଆସିବା ପଛର କାରଣ ପଚାରିବା ପରେ ସେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଭାରତ ଆସିଥିବା କହିଥିଲା।

ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁରୁ ଦେଇଥିବା ବୟାନକୁ ନେଇ ସେ ଦୁଃଖିତ ଥିବାରୁ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିବା କହିଥିଲା।ବିଏସଏଫ ଦେଇଥିବା ସୂଚନା ଅନୁଯାୟୀ, ଭାରତରେ ପ୍ରବେଶ କରିବା ପରେ ଅଶରଫ ଗଙ୍ଗାନଗରରୁ ଅଜମେର ଦର୍ଗା ଯିବାକୁ ଚାହୁଁଥିଲେ। ସେଠାକୁ ଯାଇ ସେ ଦର୍ଗାରେ ଚାଦର ଚଢ଼ାଇବା ପରେ ନୂପୁର ଶର୍ମାଙ୍କୁ ହତ୍ୟା କରିବାର ଯୋଜନା କରିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts