ଫେବୃୟାରୀ ୨୧ରୁ ବିଧାନସଭା ବଜେଟ୍ ଅଧିବେଶନ, ୨୪ରେ ଆସିବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍

ଭୁବନେଶ୍ୱର,୨/୨(ସତ୍ୟପାଠ ବ୍ୟୁରୋ): ଚଳିତ ଫେବୃୟାରୀ ମାସ ୨୧ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ ବୋଲି ଜଣାଯାଇଛି। ଏହି ଅଧିବେଶନ ଏପ୍ରିଲ୍ ୬ ତାରିଖ ଯାଏ ଚାଲିବ। ଏହା ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବୃୟାରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଚାଲିବ। ପୁଣି ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଏ ୬ ତାରିଖ ଯାଏ ଦ୍ବିତୀୟ ପର୍ଯ୍ୟାୟ ଚାଲିବ।

ଅନ୍ୟପଟେ ଫେବୃୟାରୀ ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେବ ବଜେଟ୍। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ।

Related Posts