ଭାରସମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା ବସ୍‌; ୨ ମହିଳା ମୃତ, ୩୦ ଗୁରୁତର

ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ଭାରସମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା ବସ୍‌ । ଦୁର୍ଘଟଣାରେ ଚାଲିଗଲା ୨ଜଣଙ୍କ ଜୀବନ । ସୂଚନା ଅନୁଯାୟୀ, ୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁବଟି ନିକଟସ୍ଥ ବ୍ରିଜରୁ ଏକ ବସ୍ ଖସିପଡ଼ିଛି । ଫଳରେ ଘଟଣାସ୍ଥଳରେ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତ ମହିଳା ଦୁଇ ଜଣଙ୍କ ଘର କେନ୍ଦ୍ରାପଡା ଜିଲ୍ଳା ଇଚ୍ଛାପୁର ଗାଁର ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁ ।ପ୍ରଥମେ ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ୧୫ଜଣ ଗୁରୁତରଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ବସଟି ୪୩ଜଣ ଯାତ୍ରୀଙ୍କୁ ନେଇ ସମ୍ବଲପୁର ବଲାଙ୍ଗୀର ବୁଲିବା ପାଇଁ ଯାଇଥିଲା। ହେଲେ ଭାରସମ୍ୟ ହରାଇ ବସ୍‌ଟି ପଞ୍ଚୁବଟି ନିକଟସ୍ଥ ବ୍ରିଜରୁତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ମୃତ ଦେହ ଉଦ୍ଧାର କରିବା ସହ ଏହି ଘଟଣାର ତଦନ୍ତ ଚଳାଇଛି ।

Related Posts