ଯେଉଁ କାମ ବଡ଼ ବଡ଼ ଦେଶ କରିପାରିଲେ ନାହିଁ; ତାହା ଭାରତ କରିଦେଖାଇଛି: ମୋଦି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ୧୧ ଦିନରେ ପହଞ୍ଚିଛି । ସେପଟେ ପ୍ରଧାନମନ୍ତ୍ରୀ ୟୁକ୍ରେନରେ ଫସିରହିଥିବା ଭାରତୀୟ ମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଅପରେଶନ ଗଙ୍ଗା ଆରମ୍ଭ କରିଛନ୍ତି । ଏହା ମଧ୍ୟରେ ପ୍ରାୟ ୧୪୦୦୦ ଭାରତୀୟ ସ୍ବଦେଶ ଫେରିଥିବା ବେଳେ ଏବେ ବିଭିନ୍ନ ଦେଶର ସୀମାରେ ଅଟକିଥିବା ଭାରତୀୟଙ୍କୁ ଆଣିବା ପାଇଁ ସ୍ବତନ୍ତ୍ର ବିମାନ ପଠାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଏମଧ୍ୟରେ ଯେଉଁ କାମ ବଡ଼ ବଡ଼ ଦେଶ କରିପାରିଲା ନାହିଁ, ତାହା ଭାରତ କରିଦେଖାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୁଣେର ସିମବାୟୋସିସ୍ ବିଶ୍ବଦ୍ୟାଳୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ସଫଳତାର ସହ କୋଭିଡକୁ ପରିଚାଳନା କଲୁ ଏବଂ ବର୍ତ୍ତମାନ ୟୁକ୍ରେନରେ ଉପୁଜିଥିବା ପରିସ୍ଥିତିର ମଧ୍ୟ ପରିଚାଳନା କରୁଛୁ। ଆମ ଲୋକଙ୍କୁ ଆମେ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛୁ। ଏପରିକି ବଡ ଦେଶମାନେ ମଧ୍ୟ ଏହା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ଭାରତ ସହଜରେ ଏହା କରିପାରିଛି।

ସେପଟେ ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ,୧୩,୩୦୦ ଭାରତୀୟଙ୍କୁ ୬୩ଟି ବିମାନରେ ଭାରତ ଅଣାଯାଇଛି। ସୁମି ଏବଂ କିଛି ଅଞ୍ଚଳ ବ୍ୟତୀତ ବହୁ ସଂଖ୍ୟକ ଭାରତୀୟ ୟୁକ୍ରେନ ଛାଡିଛନ୍ତି। ଦୂତାବାସ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବ। ପ୍ରାୟ ସମସ୍ତ ଭାରତୀୟ ଖାର୍କିବ ସହର ଛାଡିଛନ୍ତି। ଏପର୍ୟ୍ୟନ୍ତ ମୁଁ ଜାଣିଛି ଯେ ଖାର୍କିବରେ ଆଉ କେହି ଭାରତୀୟ ନାହାଁନ୍ତି । ବର୍ତ୍ତମାନ ସୁମି ଉପରେ ଅଧିକ ଧ୍ୟାନ ଦିଆଯାଉଛି ବୋଲି କହିଥିଲେ ।

Related Posts