ସାଂସଦ ନୁସରିତ ଗନୀଙ୍କୁ ମନ୍ତ୍ରୀ ପଦରୁ ହଟାଯିବା ମାମଲାର ତଦନ୍ତ କରାଯିବ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବଢ଼ିଲା ଅଡ଼ୁଆ । ସାଂସଦ ନୁସରତ ଗନୀଙ୍କ ମୁସଲିମ ଧର୍ମ ହେତୁ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ଆଭ୍ୟନ୍ତରୀଣ କ୍ୟାବିନେଟ କାର୍ଯ୍ୟାଳୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ସେପଟେ ଫେବୃଆରୀ ୨୦୨୦ ରେ କ୍ୟାବିନେଟ ପୁନଃନିର୍ମାଣ ପରେ ଦଳର ଅନୁଶାସନ ଦାୟିତ୍ୱରେ ଥିବା ସାଂସଦଙ୍କ ସହ ଏକ ବୈଠକରେ ନୁସରତ ଗନୀ ମୁସଲମାନ ହେବା ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା । ଏପରିକି ସେ ମୁସଲମାନ ହୋଇଥିବାରୁ ତାଙ୍କ ସହଯୋଗୀଙ୍କୁ ଅସୁବିଧା ହେଉଥିଲା ବୋଲି ନୁସରତ ଗନୀ କହିଛନ୍ତି ।

କିନ୍ତୁ କଞ୍ଜରଭେଟିଭ ପାର୍ଟିର ମୁଖ୍ୟ ଏହା ସମ୍ପୂର୍ଣ୍ଣ ଭାବରେ ମିଛ ବୋଲି କହିଛନ୍ତି । କାହିଁକିନା ଯେତେବେଳେ ଏହି ଅଭିଯୋଗ ପ୍ରଥମେ କରାଯାଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ପାର୍ଟି ମୁଖ୍ୟାଳୟରେ ଆନୁଷ୍ଠାନିକ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସାଂସଦ ନୁସରତ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ଅନ୍ୟପଟେ ଏ ଘଟଣା ସାମ୍ନାକୁ ଆସିବା ପରେ ଆଭ୍ୟନ୍ତରୀଣ କ୍ୟାବିନେଟ କାର୍ଯ୍ୟାଳୟ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ସାଂସଦ ନୁସରତ ଗନୀ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଇଛନ୍ତି ।

Related Posts