ନେତାଜୀଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ଘୋଷଣା କରାଯାଉ: ଟିଏମସି

କୋଲକାତା(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ନେଇ ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା କୁଶାଲ ଘୋଷ ନେତାଜୀଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ତେବେ ନେତାଜୀଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ସ୍ୱୀକୃତି ଦେବା ଉଚିତ । ଅକ୍ଟୋବର ୧୯୪୩ ମସିହାରେ ଗଠିତ ସ୍ୱାଧୀନ ଭାରତର ଅସ୍ଥାୟୀ ସରକାରର ନେତୃତ୍ୱ ନେତାଜୀ କରିଥିଲେ । ଏହା ସହ ବିଦ୍ୟାଳୟ ପାଠ୍ୟକ୍ରମରେ ଆଜାଦ ହିନ୍ଦ ଫୌଜ ଗଠନ ସହ ଜଡିତ କାର‌୍ୟ୍ୟକ୍ରମଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଘୋଷ ପଶ୍ଚିମବଙ୍ଗ ଶିକ୍ଷା ବିଭାଗକୁ ମଧ୍ୟ ଅନୁରୋଧ କରିଛନ୍ତି। କେବଳ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପ୍ରକୃତ ଶ୍ରଦ୍ଧାଞ୍ଜଳି ନୁହେଁ। ତାଙ୍କ ସହ ଜଡିତ ସମସ୍ତ ଫାଇଲ ଏବଂ ଜାପାନର ରେନକୋଜି ମନ୍ଦିରରେ ରଖାଯାଇଥିବା ପାଉଁଶର ଡିଏନଏ ବିଶ୍ଳେଷଣ କରି ତାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ସ୍ୱୀକୃତି ଦେବା ହିଁ ନେତାଜୀଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ।

ଏହା ସହ ଆଜାଦ ହିନ୍ଦ ଫ ଙ୍କହ ଜଙ୍କୁ ନଅଟି ଦେଶ ସ୍ୱୀକୃତି ଦେଇଛନ୍ତି ଯେଉଁମାନଙ୍କ ସହ କୂଟନୈତିକ ସମ୍ପର୍କ ରହିଛି। ନେତାଜୀ ଯୁଦ୍ଧ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମଧ୍ୟ ଦାୟିତ୍ୱରେ ଥିଲେ। ସେପଟେ ନେତାଜୀଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ ଘୋଷଣା କରିବା କେନ୍ଦ୍ର ସରକାରଙ୍କ ହାତରେ ରହିଛି ବୋଲି ତୃଣମୂଳ କଂଗ୍ରେସର ବରିଷ୍ଠ ନେତା କୁଶାଲ ଘୋଷ କହିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଅବସରରେ ଦିଲ୍ଲୀର ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ।

Related Posts