ଫସଲ ବୀମା ପ୍ରଦାନରେ ଅବହେଳା କରୁଛି କେନ୍ଦ୍ର: ଆସନ୍ତାକାଲି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ବର: ଓଡ଼ିଶା ଚାଷୀଙ୍କୁ କେନ୍ଦ୍ରର ଅବହେଳା । ଫସଲ ବୀମା ପ୍ରଦାନକୁ ନେଇ କେନ୍ଦ୍ର ଅବହେଳା କରୁଛି । ସେପଟେ ବୀମା କମ୍ପାନୀ ଚାଷୀଙ୍କୁ ଶୋଷଣ କରୁଥିବା ବେଳେ ସବୁ ଜାଣି ଦେଖି କେନ୍ଦ୍ର ସରକାର ସାଜିଛନ୍ତି ନୀରବଦ୍ରଷ୍ଟା । ଏହାର ପ୍ରତିବାଦ କରିଛି ବିଜେଡି । ଏନେଇ ବିଜେଡ଼ି ପକ୍ଷରୁ ଯୁଦ୍ଧଂ ଦେହୀ ଡାକରା ଦିଆଯାଇଛି । ଆସନ୍ତାକାଲି ସମସ୍ତ ଜିଲ୍ଲାର ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି କରିବ ବିକ୍ଷୋଭ ।

ଫସଲ ବୀମା ପ୍ରଦାନରେ କେନ୍ଦ୍ରର ଅବହେଳାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଫସଲ ବୀମା ନମିଳିବାରୁ ରାଜ୍ୟର ଲକ୍ଷାଧିକ ଚାଷୀ ପ୍ରଭାବିତ ହୋଇଛନ୍ତି । ବୀମା କମ୍ପାନୀ ଚାଷୀଙ୍କୁ ଶୋଷୁଥିବା ବେଳେ, କେନ୍ଦ୍ର ସରକାରଙ୍କ ନୀରବତା ଦୁର୍ଭାଗ୍ୟଜନକ ।

କୃଷକଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ସବୁବେଳେ କାର୍ଯ୍ୟ କରି ଆସୁଛନ୍ତି । ତେଣୁ କେନ୍ଦ୍ର ଅବହେଳା ବିରୋଧରେ ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେଡି । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ । ସେହିପରି ରାଜଭବନ ଆଗରେ ମଧ୍ୟ ପ୍ରତିବାଦ କରିବ ବିଜେଡି ।

Related Posts