ଭାରତ ପେଟ୍ରୋଲିୟମ ରୁ ୫୩ % ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିରୁ ଓହରିଲା କେନ୍ଦ୍ର ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ ପେଟ୍ରୋଲିୟମରେ ୫୨.୯୮% ଅଂଶଧନ ବିକ୍ରୟ ପାଇଁ କେନ୍ଦ୍ର ଅଫର ପ୍ରତ୍ୟାହାର କରିଛି । ସମ୍ଭାବ୍ୟ ବିଡରମାନେ ଏହି ଚୁକ୍ତି ବନ୍ଦ କରିବାରେ ଅସମର୍ଥତା ପ୍ରକାଶ କରିଛନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି।

ମାର୍ଚ୍ଚ ୭, ୨୦୨୦ ରେ ବିପିସିଏଲରେ ସରକାରଙ୍କ ଅଂଶଧନ ବିକ୍ରୟ ପାଇଁ ବିନିଯୋଗ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ ନିମନ୍ତ୍ରଣ କରିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts