ବିବାହ ବନ୍ଧନରେ ବାନ୍ଧି ହେଲେ ଚୌଦ୍ୱାର-କଟକ ବିଧାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହେଲେ ଚୌଦ୍ୱାର-କଟକ ବିଧାୟକ । ସେ ସହପାଠିନୀ ଅନନ୍ୟା ପ୍ରିୟଦର୍ଶିନୀଙ୍କୁ ନିଜ ଜୀବନସାଥୀ କରିଛନ୍ତି । ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ଥିବା ଲୋଟସ୍ ରିସର୍ଟସ୍ ହୋଟେଲ୍ରେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ସୌଭିକ ଓ ଅନନ୍ୟାଙ୍କ ବିବାହ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ସଂପନ୍ନ ହୋଇଛି ।ମାହେନ୍ଦ୍ରବେଳା ଦେଖି ଦିନ ପ୍ରାୟ ସାଢେ ୧୨ଟାରେ ମହାନଦୀବିହାର ବାସଭବନରୁ ସୌଭିକ୍ ବର ବେଶରେ ବାହାରିଥିଲେ । ସେ ପ୍ରଥମେ ଭୁବନେଶ୍ୱର ସ୍ଥିତ ଗ୍ରୀନ୍ ରିସର୍ଟକୁ ଯାଇଥିଲେ ।

ସେଠାରୁ ଆତ୍ମୀୟସ୍ୱଜନ ଓ ସମ୍ପର୍କୀୟଙ୍କ ସହିତ ସେ ପୁରୀ କୋଣାର୍କ ମେରାଇନ୍ ରୋଡ୍ ସ୍ଥିତ ରାମଚଣ୍ଡୀଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ । ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ସୌଭିକ୍ଙ୍କ ଶୋଭାଯାତ୍ରା । ବରଯାତ୍ରୀଙ୍କ ଗହଣରେ ସେ କନ୍ୟାପକ୍ଷ ରହିଥିବା ଲୋଟସ୍ ରିସର୍ଟସ୍ ହୋଟେଲରେ ପହଞ୍ଚିଥିଲେ । ସେଠାରେ ଅଗ୍ନିକୁ ସାକ୍ଷୀ ରଖି ସେ ଅନନ୍ୟାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ଉତ୍ସବକୁ ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ହୋଟେଲ୍ରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବିବାହ ପରେ ଏକ ପାର୍ଟି ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଥିରେ ନବବଧୂ ‘ଅନନ୍ୟା’ ଓ ସୌଭିକ୍ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ କରିଥିଲେ ।

Related Posts