ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲା ବିମାନ ବନ୍ଦରକୁ କାର୍ଯ୍ଯକ୍ଷମ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଉରକେଲା ବିମାନ ବନ୍ଦରକୁ କାର୍ଯ୍ଯକ୍ଷମ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏନେଇ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗକୁ ରାଉରକେଲାରେ ବିଶ୍ୱକପ ହକି ମ୍ୟାଚ୍ ଖେଳାଯିବ। ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ମଧ୍ୟରେ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ୍ ଖେଳାଯିବ। ତେଣୁ ନଭେମ୍ବର ୩୦ ତାରିଖ ପୂର୍ବରୁ ରାଉରକେଲା ବିମାନବନ୍ଦରକୁ କାର୍ଯ୍ଯ କ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।

ସେଲ୍ ଓ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମଓୟୁ ନବୀକରଣ କରିବା ସହ ରନଓ୍ୱେ, ଟର୍ମିନାଲ, ବିଲ୍ଡିଂ ଭଳି କାମ ନେଇ ସମୀକ୍ଷା କରିବାକୁ ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ରାଉରକେଲାରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମେଟ୍ରୋ ସିଟିକୁ ବିମାନ ସେବା ଶୀଘ୍ର ଆରମ୍ଭ କରିବା ଦିଗରେ ଶୀଘ୍ର ହସ୍ତକ୍ଷେପ କରିବାକୁ ଚିଠିରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Related Posts