ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିବାସୀ ତେବେ କାହିଁକି କୁମୀୟାପାଲି ର ୧୦୦ ଆଦିବାସୀ ପରିବାରର ଜଳ ସତ୍ୟାଗ୍ରହ?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗୋଟିଏ ପଟେ ତମାମ ରାଜ୍ୟ ଶାରଦୀୟ ଦୁର୍ଗାପୂଜା ରେ ମଶଗୁଲ ଥିଲାବେଳେ ଠିକ୍ ସେହି ସମୟରେ ରାଜ୍ୟର ଗୋଟିଏ କୋଣରେ କିଛି ଲୋକ ଅସହୟ ଦୁର୍ଦ୍ଦଶା ସହି ଜଳ ସତ୍ୟାଗ୍ରହ କରୁଛନ୍ତି।ସରକାରୀ ଦଳ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀଙ୍କ ପର୍ଯ୍ୟନ୍ତ ପୂଜା ମହୋଲରେ ଝୁମୁଥିବା ବେଳେ ଅନ୍ୟପଟେ ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ପ୍ରଭାବିତ ୧୦୦ ଆଦିବାସୀ ପରିବାର ଜଳ ସତ୍ୟାଗ୍ରହ କରୁଛନ୍ତି।ଗୋଟିଏ ପଟେ କାହା ପାଇଁ ପୂଜା ତ ରାଜ୍ୟର ବଲାଙ୍ଗୀର ଜିଲ୍ଲାର କୁମିଆପଲ୍ଲି ର ଆଦିବାସୀ ପରିବାର ମାନଙ୍କ ପାଇଁ ଏବେ ସଜ୍ଜା ପାଲଟିଛି।ଏହି ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ମଧ୍ୟ ବିଡ଼ମ୍ବନାର ବିଷୟ ସରକାରୀ ଦଳ କିମ୍ବା ବିରୋଧୀ ଦଳ ଏହି ପ୍ରସଙ୍ଗରେ ଅଦ୍ୟାବଧି କେହି ମୁହଁ ଖୋଲୁନାହାନ୍ତି।ସ୍ଵାଭାବିକ ଭାବେ ବିଜୁ ଜନତା ଦଳ ଏହି ପ୍ରସଙ୍ଗରେ ମୁହଁ ଖୋଲିବ ନାହିଁ କାରଣ ବଲାଙ୍ଗୀର ଜିଲ୍ଲା ଲୋୟର ସୁକତେଲ ଅଞ୍ଚଳର ଲୋଇସୀଙ୍ଗା ବ୍ଲକ ଅଧିନ କୁମିଆପଲ୍ଲୀ ଗ୍ରାମର ଏହି ପ୍ରକଳ୍ପ ହେତୁ ପ୍ରଭାବିତ ହୋଇଥିବା ୧୦୦ ଆଦିବାସୀ ପରିବାରର ଦୁର୍ଦ୍ଦଶାର କାରଣ ହେଉଛି ବିଜୁ ଜନତା ଦଳ।ବିଗତ ଏହି ସରକାର ଗାଦିରୁ ଯିବା ପୂର୍ବରୁ ଏହି ଆଦିବାସୀ ପରିବାର ମାନଙ୍କ ସହ ଯେଉଁ ବିଶ୍ୱାସ ଘାତକତା କରି ଧୋକା ଦେଇ ଯାଇଛନ୍ତି ତାହାକୁ ଅତ୍ୟନ୍ତ ନିଷ୍ଠାର ସହ ସେହି ବିଶ୍ୱାସ ଘାତକତା କୁ ଆଗକୁ ବଢାଇ ଚାଲିଛନ୍ତି ମୋହନ ମାଝୀଙ୍କ ସରକାର।


ଅନ୍ୟପଟେ ଯଦି ଦେଖିବା ଏହି ଦୁଇ ଦଳକୁ ବାଦ୍ ଦେଲେ ରାଜ୍ୟରେ ଆଉ ଯେଉଁ ପ୍ରମୁଖ ବିରୋଧୀ ଦଳ ରହିଲା ଆଉ ବର୍ତ୍ତମାନ ତାହାର ରାଜ୍ୟ ମୁଖିଆ ନେତା ଏବେ ଯିଏ ସାଜିଛନ୍ତି ସିଏ ହେଉଛନ୍ତି ଭକ୍ତ ଦାସ।ଯିଏକି ଗୋଲାମୀ ବିରୋଧୀ ଆନ୍ଦୋଳନର ଆଜାଦି କ୍ରାନ୍ତିକାରୀ ନେତା ସାଜିଛନ୍ତି ଭକ୍ତ ବାବୁଙ୍କୁ ଏହି ପ୍ରସଙ୍ଗରେ ମୁହଁ ଖୋଲିବା ଦେଖାଯାଉ ନାହିଁ।ଭକ୍ତ ବାବୁ ହେଉଛନ୍ତି ପଡୋଶୀ ପଶ୍ଚିମ ଓଡ଼ିଶାର ବା ବଲାଙ୍ଗୀର ପାଖର ଲୋକ।ବର୍ତ୍ତମାନ ପ୍ରତ୍ୟେକ ଦିନ ତମାମ ବର୍ଷ ପଦ ଯାତ୍ରା କରିବ କଂଗ୍ରେସ। କିନ୍ତୁ ଜଳ ସତ୍ୟାଗ୍ରହ କରୁଥିବା ଲୋକଙ୍କ ପାଖରୁ ଆରମ୍ଭ ହେବା ଦରକାର କଂଗ୍ରେସ ସତ୍ୟାଗ୍ରହ।ଯଦି ବାସ୍ତବରେ ପ୍ରକୃତ ସତ୍ୟାଗ୍ରହ କରିବା ପାଇଁ ଚାହୁଁଚି ଦଳ ତେବେ କୁମିଆପଲ୍ଲି ଯେଉଁ ଜଳ ସତ୍ୟାଗ୍ରହ ଚାଲିଛି ଏହିଠାରୁ ହିଁ ଅକ୍ଟୋବର ୨ରୁ କଂଗ୍ରେସ ପଦ ଯାତ୍ରା ସତ୍ୟାଗ୍ରହ ଆରମ୍ଭ ହେବା ଆବଶ୍ୟକ ଅଛି।ଠିକ୍ ପାଖାପାଖି ୧୧ମାସ ତଳେ ଅର୍ଥାତ୍ ମୋହନ ମାଝି ସରକାରକୁ ଆସିବାର ତିନି ଚାରି ମାସ ହୋଇଥିଲା ବଲାଙ୍ଗୀର ଜିଲ୍ଲାର ବେଲାପଡ଼ା ଠାରେ ଏକ ବୃହତ୍ ଜନସେବାରେ ମୋହନ ମାଝୀ କହିଥିଲେ ଯେ, ଲୋୟର ସୁକତେଲ ଟଙ୍କାରେ ବିଭିନ୍ନ ସିଟିରେ ବିରାଟ ବିରାଟ ଫ୍ଲାଟ୍ କିଣା ଯାଇଛି,କୋଟି କୋଟି ଟଙ୍କାର ଫାର୍ମ ହାଉସ କିଣା ଯାଇଛି ଆଉ ବଣ୍ଟା ଯାଇଛି ବଡ ବଡ ବାବୁ ଆଉ ନେତା ମାନଙ୍କ ମଧ୍ୟରେ ଏବଂ ମାଲେମାଲ୍ ହୋଇଛନ୍ତି ଠିକାଦାର ମାନେ ଯେଉଁ କଥାକୁ କି ସେହି ଅଞ୍ଚଳର ଲୋକେ ଆଜିବି ମନେ ରଖିଛନ୍ତି କିନ୍ତୁ ବେଲପଡ଼ା ଠାରୁ ଟିକିଏ ଦୂରରେ ଅବସ୍ଥିତ କୁମିଆପଲ୍ଲିର ଆଦିବାସୀ ପରିବାର ଲୋକଙ୍କ ସମସ୍ୟା କଥା କିଛି କହିଲେ ନାହିଁ।

ଯଦି ଲୋୟର ସୁକତେଲର କୋଟି କୋଟି ଟଙ୍କା ଲୁଟ୍ ହେଲା ଏପର୍ଯ୍ୟନ୍ତ କୁମିଆପଲ୍ଲିର ୧୦୦ ଆଦିବାସୀଙ୍କ ପରିବାରକୁ ଠିକ୍ ଢଙ୍ଗରେ ସରକାର କ୍ଷତି ପୂରଣ ଦେଲେନାହି।ନବୀନ ବାବୁଙ୍କ ସରକାର ସମୟରେ ବିସ୍ଥାପିତଙ୍କୁ ଜୋର୍ ଜବରଦସ୍ତି ପୋଲିସ ଲଗାଇ ବିସ୍ଥାପିତ କରାଗଲା।କାରଣ ଲୋୟର ସୁକତେଲ ପ୍ରକଳ୍ପର ଶ୍ରେୟ ନବୀନ ବାବୁ ନେବା ପାଇଁ ଚାହୁଥିଲି।ଯେଉଁ କଥାକୁ କି ଗ୍ରାଉଣ୍ଡ ଜିରୋ କୁ ଯାଇ ସତ୍ୟପାଠ ଦେଖାଇଛି।ସେହି ଅଞ୍ଚଳର ଲୋକମାନେ କହିବା କଥା ଆମର ଏହି ଅଞ୍ଚଳରେ ପାଖାପାଖି ୬୦ ରୁ ୧୦୦ ଏକର ଜମିରେ ଧାନ ଚାଷ ହୋଇଥିଲା।ସବୁ ଧାନ ବୁଡିଗଲା।ଆମ୍ଭ ମାନଙ୍କୁ ବିସ୍ଥାପନ କରାଯାଇନାହିଁ ଆମ ମାନଙ୍କ ଘରେ ପାଣି ବସିବାକୁ ଆରମ୍ଭ କଲାଣି।ଯାହା କିଛି ଧାନ ଚାଉଳ ଆମେ ଘର ଭିତରେ ରଖିଥିଲୁ ତାହା ଏବେ ପାଣି ପସି ଗଜା ହେବାକୁ ଆରମ୍ଭ କଲାଣି ଆଉ କିଛି ଦିନ ପରେ ଗୃହ ପାଳିତ ପଶୁ ମାନଙ୍କ ନିମନ୍ତେ କରିବାପାଇଁ ସ୍ଥାନ ମିଳିବ ନାହିଁ ।ତଥାପି ପୁରା ରାଜ୍ୟ ପାଟିରେ ଟୁଣ୍ଡି ବାନ୍ଧି ବସିଛି।ଅନ୍ୟପଟେ କୁହାଯାଉଛି ସାଢେ଼ ୪ କୋଟିଙ୍କ ଓଡ଼ିଆ ଙ୍କ ପାଇଁ ଆମେ ବିଜେପି ,ବିଜେଡ଼ି,କଂଗ୍ରେସ୍ ସମସ୍ତେ କାନ୍ଦୁଛୁ କିନ୍ତୁ ଏହି ପ୍ରସଙ୍ଗରେ କେହି ମୁହଁ ଖୋଲୁ ନାହାନ୍ତି।ସେଠିକାର ଲୋକେ ଆହୁରି କହିଛନ୍ତି ଆମେ ଆଦିବାସୀ ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ କିନ୍ତୁ ତାଙ୍କୁ କାହିଁକି ଓ କେଉଁ କାରଣ ପାଇଁ ଆମ ଦୁଃଖ ଦୁର୍ଦ୍ଦଶା ଦେଖାଯାଉନାହିଁ?ଶେଷରେ ସେଠିକାର ଅଧିବାସୀ ମାନେ କହିଲେଣି ସରକାର ଯଦି ଆମ କଥା କର୍ଣ୍ଣପାତ ନକରି ଆଇନ୍ ଅନୁସାରେ ଆମ ନାର୍ୟ୍ଯ ପ୍ରାପ୍ୟ ପ୍ରଦାନ ନକରନ୍ତି ତେବେ ଆମେ ଏହି ସ୍ଥାନ ଛାଡି କୁଆଡେ ଯିବୁନି ଏହିଠାରେ ସେମିତି ପଡ଼ି ରହି ପାଣିରେ ବୁଡି ନିଜ ଜୀବନ ହାରିଦେବୁ।ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି ମୋହନ ମାଝୀଙ୍କ ସରକାରରେ ତମାମ ୩୦ ଜିଲ୍ଲାରୁ ୧୬ଜଣ ମନ୍ତ୍ରୀ ଥିବା ବେଳେ,କେବଳ ବଲାଙ୍ଗୀର ଜିଲ୍ଲାରୁ ଦୁଇ ଦୁଇ ଜଣ ମନ୍ତ୍ରୀ ଅଛନ୍ତି ଯେଉଁ ଦୁଇଜଣ କି କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ।କିନ୍ତୁ ଏହି ଦୁଇ ଜଣ ମନ୍ତ୍ରୀ ଙ୍କ ମୁହଁରୁ କୁମିଆପଲ୍ଲି ର ଆଦିବାସୀଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରସଙ୍ଗରେ ପଦୁଟିଏ ବାହାରୁନାହିଁ।

Related Posts