
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସରୁ କପିଲ ସିବଲ ଇସ୍ତଫା ଦେବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ କଂଗ୍ରେସର ହାତ ଛାଡ଼ିବା ପରେ କପିଲ ଶିବଲ ସ୍ୱାଧିନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ସମାଜବାଦୀ ପାର୍ଟିର ସମର୍ଥନରେ ସେ ଏହି ନାମାଙ୍କନ ଭରିଛନ୍ତି। ତାଙ୍କ ଇସ୍ତଫାକୁ ନେଇ ପୂର୍ବତନ କଂଗ୍ରେସ ନେତା ସଞ୍ଜୟ ଝା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଦଳୀୟ ନେତୃତ୍ୱକୁ ନେଇ ଶିବଲ ଦୀର୍ଘ ଦିନ ଧରି ହତୋତ୍ସାହିତ ଥିଲେ। ଏହା କଂଗ୍ରେସ ପାଇଁ ବଡ଼ କ୍ଷତି। କମିଲ ଶିବଲ ଜଣେ ଉଚ୍ଚକୋଟୀର ପାର୍ଲିଆମେଣ୍ଟାରିଆନ ଥିବା ବେଳେ ଦଳ ପାଇଁ ବଡ଼ ଆସେର୍ଟ ଥିଲେ। ଶିବଲ ହେଉଛନ୍ତି ଜଣେ ଧର୍ମନିରପେକ୍ଷ ନେତା। କଂଗ୍ରେସର ଜି-୨୩ ବିଦ୍ରୋହୀ ଗୋଷ୍ଠୀର ଶୀର୍ଷ ନେତା ଥିଲେ ଶିବଲ। ଦଳରେ ସେ ବହୁଦିନ ଧରି କୋଣଠେସା ହୋଇ ଅବହେଳାର ଶିକାର ହୋଇଥିଲେ। ବୋଧ ହୁଏ କଂଗ୍ରେସ ଆଉ ପୁନର୍ଜୀବିତ ହେଲା ଭଳି ଶିବଲ ମନେ କରିନାହାନ୍ତି। ତେଣୁ ସେ ବାଧ୍ୟ ହୋଇ ଦଳ ଛାଡ଼ିଥିବା ଝା କହିଛନ୍ତି।
ଶିବଲ ଭଳି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଝାକର ମଧ୍ୟ ଜଣେ ଜ୍ଞାନୀଗୁଣି ନେତା ଥିଲେ। ଯିଏ ଗତ ସପ୍ତାହରେ ବିଜେପିରେ ଯୋଗ ଦେଇଛନ୍ତି। ଯହା ଅତ୍ୟନ୍ତ ଦୁଃଖଦାୟକ। ଶିବଲ ଜଣେ ପ୍ରକୃତ କଂଗ୍ରେସ ନେତା ଥିଲେ। ଅନେକ ପ୍ରସଙ୍ଗରେ ବିଜେପିକୁ ଉଚିତ୍ ଜବାବ ଦେଇ ଦଳକୁ ଚାଲେଞ୍ଜ ଦେଇ ପାରୁଥିଲେ । ଦଳର ନେତୃତ୍ୱ ସମସ୍ତ ନେତା କର୍ମୀଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବା ଉଚିତ । ଅନ୍ୟପଟେ କଂଗ୍ରେସ ନେତା ତାରିକ ଅନ୍ସାର ଶିବଲଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଶିବଲଙ୍କଠାରୁ ଏହା ଆଶା କରାଯାଉ ନଥିଲା। ସେ ଦୀର୍ଘ ଦିନ ଧରି କଂଗ୍ରେସ ସହ ଯୋଡ଼ି ହୋଇଥିଲେ। ଦଳ ତାଙ୍କୁ ଅନେକ କିଛି ଦେଇଛି। ବହୁ ପଦପଦବୀରେଶିବଲ ଅବସ୍ଥାପିତ ହୋଇଛନ୍ତି। ସମସ୍ତଙ୍କର ସ୍ୱପ୍ନ ଥାଏ। ତେଣୁ ତାଙ୍କ ଭବିଷ୍ୟତ ପାଇଁ ସେ ମୁକ୍ତ ଭାବେ ସେ ନିଷ୍ପତ୍ତି ନେଇପାରିବେ ବୋଲି ତାରିକ୍ କହିଛନ୍ତି । ବିଜେପି ନେତା ଶେହଜାଦ ପୁନାୱାଲା କହିଛନ୍ତି ଯେ, କପିଲ ଶିବଲଙ୍କ ଇସସ୍ତଫା ହିଁ ଦର୍ଶାଉଛି ଦଳରେ ଅସନ୍ତୁଷ୍ଟଙ୍କ ପାଇଁ କୌଣସି ସ୍ଥାନ ନାହିଁ ।