ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଦିନକୁ ଦିନ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଦିଲ୍ଲୀର ବିଜୟ ଚକ ଠାରେ ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ବିକ୍ଷୋଭ କରୁଥିବାର ଦେଖିବାକୁ ମିଳିଛି । ତେବେ ଗତ ଦଶ ଦିନ ମଧ୍ୟରେ ନବମ ଥର ଇନ୍ଧନ ମୂଲ୍ୟ ବୃଦ୍ଧି ହେବା ପରେ ଦଳ ଆନ୍ଦୋଳନ ଆରମ୍ଭ କରିଥିଲା। ଏହି ବିକ୍ଷୋଭରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଲୋକସଭାରେ ଦଳର ନେତା ଆଦୀର ରଂଜନ ଚୈଧୁରୀ ଏବଂ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅଂଶଗ୍ରହଣ କରିଥିଲେ। ସେପଟେ ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆମେ ଦେଖିପାରୁଛୁ ଯେ ପେଟ୍ରୋଲ ଏବଂ ଡିଜେଲ ଦର ଦ୍ରୁତ ଗତିରେ ବଢ଼ୁଛି । ସରକାର ଏଥିରୁ ହଜାରେ କୋଟି ଟଙ୍କା ରୋଜଗାର କରୁଛନ୍ତି। ପେଟ୍ରୋଲ ଏବଂ ଡିଜେଲର ଏହି ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ସାରା ଦେଶରେ ବିରୋଧ କରୁଛି। ସରକାରଙ୍କୁ ଏପରି କରିବା ବନ୍ଦ କରିବାକୁ ପଡିବ । ଏହା ନିଶ୍ଚିତ କରିବାକୁ ପଡିବ ଯେ ମୂଲ୍ୟ ବୃଦ୍ଧି ନହୁଏ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେପଟେ କଂଗ୍ରେସ ନେତାମାନେ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି “ଇନ୍ଧନ ମୂଲ୍ୟ ବୃଦ୍ଧି ବନ୍ଦ କର” ଏବଂ “ଚୁନାଭ ଖଟମ, ଲୁଟ୍ ଚାଲୁ” ବୋଲି ନାରା ଦେଉଥିବାର ଦେଖିବାକୁ ମିଳିଛି ।
କେବଳ ଏତିକି ନୁହେଁ ବରଂ ଡ୍ରମ୍-ବେଲ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିକୁ ପିଟି ଦଳ ନିଜ ଘର ବାହାରେ ଏବଂ ସର୍ବସାଧାରଣ ସ୍ଥାନରେ ବିରୋଧ କରିବାକୁ ଲୋକଙ୍କୁ ଅନୁରୋଧ କରିଛି। ଏପ୍ରିଲ ୨ ରୁ ଏପ୍ରିଲ ୪ ମଧ୍ୟରେ ଦରଦାମ ବୃଦ୍ଧି ବିରୋଧରେ ଜିଲ୍ଲା ସ୍ତରୀୟ ବିରୋଧ ଏବଂ ଏପ୍ରିଲ ୭ ରେ ରାଜ୍ୟ ସ୍ତରୀୟ ପ୍ରଦର୍ଶନ ପାଇଁ କଂଗ୍ରେସ ଯୋଜନା କରିଛି। ଅନ୍ୟପଟେ ମାର୍ଚ୍ଚ ୨୨ ରେ ଇନ୍ଧନ ମୂଲ୍ୟରେ ସଂଶୋଧନ ଆରମ୍ଭ ହେବା ପରଠାରୁ ପେଟ୍ରୋଲ ଏବଂ ଡିଜେଲ ହାର ଲିଟର ପିଛା ୬.୪୦ ଟଙ୍କା ବୃଦ୍ଧି ପାଇଛି ବୋଲି ପିଟିଆଇ ରିପୋର୍ଟ କରିଛି। ବିଭିନ୍ନ ମୂଲ୍ୟଯୁକ୍ତ ଟ୍ୟାକ୍ସ ଏବଂ ମାଲ ପରିବହନ ଚାର୍ଜ ଯୋଗୁଁ ରାଜ୍ୟଗୁଡ଼ିକରେ ଇନ୍ଧନ ମୂଲ୍ୟ ଭିନ୍ନ ହୋଇଥାଏ । ବର୍ତ୍ତମାନ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୦୧.୮୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ୯୩.୦୭ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ୧୧୬.୭୨ ଟଙ୍କା ଏବଂ ଡିଜେଲ ୧୦୦.୯୪ ଟଙ୍କା ରହିଛି।
ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ୧୦୭.୪୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ୯୭.୫୨ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲର ମୂଲ୍ୟ ୮୩ ପଇସା ବୃଦ୍ଧି ପାଇ ୧୧୧.୩୫ ପେ ଲିଟର ଏବଂ ଡିଜେଲ ହାର ୮୦ ପଇସା ବୃଦ୍ଧି ପାଇ ୯୬.୨୨ ଟଙ୍କା ହୋଇଛି। ଭାରତରେ ଇନ୍ଧନ ମୂଲ୍ୟ ତୈଳ ମାର୍କେଟିଂ କମ୍ପାନୀ ଗୁଡ଼ିକ ଦ୍ୱାରା ନିୟନ୍ତ୍ରିତ ହୋଇଥିବାବେଳେ ଏହା ପ୍ରାୟତଃ ଦେଖାଯାଇଛି ଯେ ନିର୍ବାଚନ ସମୟରେ ଏହି ହାର ଅପରିବର୍ତ୍ତିତ ରହିଥାଏ ଏବଂ ଫଳାଫଳ ଦିନ ପରେ ଏହା ବୃଦ୍ଧି ପାଇଥାଏ।ଗତ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରେ ୧୮ ଦିନ ଧରି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅପରିବର୍ତ୍ତିତ ରହିଲା କାରଣ ଚାରିଟି ରାଜ୍ୟ ଏବଂ ଏକ ୟୁନିଅନ୍ ଟେରିଟୋରୀ ମତଦାନକୁ ଯାଇଥିଲେ। ସେପଟେ ଫଳାଫଳ ଘୋଷଣା ହେବା ପରେ ମୂଲ୍ୟ କ୍ରମାଗତ ଭାବେ ରେକର୍ଡ ସ୍ତରକୁ ଆସିଥିଲା ।
ପାଞ୍ଚଟି ରାଜ୍ୟରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନଭେମ୍ବର ୪ ରୁ ଇନ୍ଧନ ହାର ଫ୍ରିଜ୍ ହୋଇ ରହିଥିଲା। ଏହି ସମୟ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୩୦ ଡଲାର ବୃଦ୍ଧି ପାଇଥିଲା। ବିଶ୍ୱର ତୈଳ ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ସତ୍ତ୍ୱେ ତୈଳ ସଂସ୍ଥାଗୁଡ଼ିକ ୧୩୭ ଦିନ ପାଇଁ ଇନ୍ଧନ ମୂଲ୍ୟରେ ସଂଶୋଧନ କରିନାହାଁନ୍ତି । ମାର୍ଚ୍ଚ ୨୪ ରେ, ମୁଡି ଇନଭେଷ୍ଟର୍ସ ସର୍ଭିସେସ୍ କହିଛି ଯେ ତିନୋଟି ରାଷ୍ଟ୍ରାୟତ୍ତ ଇନ୍ଧନ ଖୁଚୁରା ବ୍ୟବସାୟୀ – ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରଖିବା ପାଇଁ ପ୍ରାୟ ୨.୨୫ ବିଲିୟନ ଡ଼ଲାର୍ (୧୯,୦୦୦ କୋଟି ଟଙ୍କା) କ୍ଷତି କରିଛି। ମାର୍ଚ୍ଚ ୮ ରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଥିଲେ ଯେ “ଯୁଦ୍ଧ ପରି ପରିସ୍ଥିତି” ରହିଛି ଏବଂ ତୈଳ ମାର୍କେଟିଂ କମ୍ପାନୀ ଏହାକୁ ଧ୍ୟାନରେ ରଖିବେ। ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ମଣିପୁର ଏବଂ ଗୋଆ ରାଜ୍ୟରେ ବିଧାନସଭା ନିର୍ବାଚନ ହେତୁ ତୈଳ ଦର ବୃଦ୍ଧି ବନ୍ଦ ହୋଇଥିବାର ସେ ଅସ୍ୱୀକାର କରିଛନ୍ତି।କ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ନିତିନ ଗାଡକରୀ ମଧ୍ୟ ଇନ୍ଧନ ମୂଲ୍ୟରେ ବୃଦ୍ଧିକୁ ରୁଷ-ୟୁକ୍ରେନ ବିବାଦ ବୋଲି କହିଛନ୍ତି।





