ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜରାୟୁ କର୍କଟ ବିରୋଧରେ ଲଢେ଼ଇ କରିବାକୁ ଦେଶକୁ ମିଳିଛି ଏକ ପ୍ରଭାବଶାଳୀ ଅସ୍ତ୍ର। ଗୁରୁବାର ଦେଶରେ ଜରାୟୁ କର୍କଟ ନିରୋଧୀ ପ୍ରଥମ ଟିକା ଲଞ୍ଚ୍ ହୋଇଛି। ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ ଏହି ଟିକାକୁ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲଞ୍ଚ୍‌ କରିଛନ୍ତି। କ୍ବାଡ୍ରିଭାଲେଣ୍ଟ ହ୍ୟୁମାନ୍‌ ପାପିଲୋମା ଭାଇରସ ନାମକ ଏହି ଟିକା ସମ୍ପୂର୍ଣ୍ଣ ସ୍ବଦେଶୀ। ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର୍(ଆଇଆଇସି)ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ର ସିଇଓ ଅଦାର ପୁନାୱାଲା ଉପସ୍ଥିତ ଥିଲେ। ଟିକାର ଦର ଖୁବଶୀଘ୍ର ନିର୍ଦ୍ଧାରଣ ହେବ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ଚୂଡ଼ାନ୍ତ ହେବ। କିନ୍ତୁ ଏହାର ଦର ପାଖାପାଖି ୨ଶହରୁ ୪ଶହ ଟଙ୍କା ମଧ୍ୟରେ ରହିବ ବୋଲି କହିଛନ୍ତି ପୁନାୱାଲା।

ସୂଚନା ଅନୁଯାୟୀ, ଜରାୟୁ କର୍କଟ ଭଳି ଗମ୍ଭୀର ରୋଗକୁ ରୋକିବା ପାଇଁ ଏହି ଟିକା ପ୍ରଥମେ ୯ରୁ ୧୪ ବର୍ଷ ବୟସର ଝିଅମାନଙ୍କୁ ଦିଆଯିବ। ଏହି ଟିକା ବିଷୟରେ ଜ୍ଞାନ ଥିବା ଏକ ସୂତ୍ରରୁ ପ୍ରକାଶ ଯେ, ପ୍ରଥମେ ଏହି ଟିକା କେବଳ ଝିଅମାନଙ୍କୁ ଦିଆଯିବ।