କୋଭସିଲ୍ଡ ଟିକାର ନୂତନ ଦର ଧାର୍ଯ୍ୟ କଲା ସେରମ

covid

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବୁଧବାର କୋଭସିଲ୍ଡ ଟିକାର ନୂତନ ଦର ଧାର୍ଯ୍ୟ କରିଛି। ବେସରକାରୀ ଡାକ୍ତରଖାନାକୁ ଡୋଜ ପିଛା 600 ଟଙ୍କା ଏବଂ ରାଜ୍ୟ ସରକାରଙ୍କୁ ଡୋଜ ପିଛା 400 ଟଙ୍କା ଦିଆଯିବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକା ରାଜ୍ୟ ସରକାର ଟିକା ନିର୍ମାତା କଂପାନୀ ଠାରୁ ସିଧାସଳଖ ଟିକା କିଣିପାରିବେ। ଏହା ପରେ ଆଜି ସିରମ୍‌ ଇନଷ୍ଟିଚ୍ୟୁଟ ପକ୍ଷରୁ ଦର ପ୍ରକାଶ ପାଇଛି। ଆସନ୍ତା ଦୁଇ ମାସ ମଧ୍ୟରେ ଟିକା ଉତ୍ପାଦନ ବୃଦ୍ଧି କରାଯିବ ବୋଲି ସେରମ୍ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି । ବର୍ତ୍ତମାନ ଉତ୍ପାଦିତ ହେଉଥିବା ଟିକା ମଧ୍ୟରୁ 50% ଟିକା କେନ୍ଦ୍ର ସରକାରଙ୍କୁ ଓ ଅବଶିଷ୍ଟ 50% ଟିକା ରାଜ୍ୟ ତଥା ଘରୋଇ ଡାକ୍ତରଖାନାକୁ ଦିଆଯିବ । ସେରମ୍ ଇନଷ୍ଟିଚ୍ୟୁଟ୍ ଦାବି କରିଛି ଯେ ବିଦେଶୀ ଟିକା ଅପେକ୍ଷା ସେମାନଙ୍କ ଟିକା ବହୁତ ଶସ୍ତା ଅଟେ। SII ଅନୁଯାୟୀ, ଆମେରିକୀୟ ଟିକା – ଡୋଜ ପିଛା 1500 , ଋଷ ଟିକା – ଡୋଜ ପିଛା 750 ଟଙ୍କା ଓ ଚୀନ୍ ଟିକା – ଡୋଜ ପିଛା 750 ଟଙ୍କା ରହିଛି । ସୂଚନାଯୋଗ୍ୟ, ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

Related Posts