ସ୍କୁଲ ବାରଣ୍ଡାରେ ଝୁଲି ପଡିଲେ ପ୍ରେମୀଯୁଗଳ

କଟକ: ସ୍କୁଲ ବାରଣ୍ଡାରେ ଝୁଲୁଛି ପ୍ରେମୀ ଯୁଗଳଙ୍କୁ ମୃତ ଦେହ | କଟକ ସଦର ଥାନା ଅନ୍ତର୍ଗତ ଶଂଖତରାସ ହାଇସ୍କୁଲ ବାରଣ୍ଡାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ | ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବେକରେ ରଶି ଲଗାଇ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ନିକଟସ୍ଥ ଗାଁର ହୋଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କଟକ ସଦର ଥାନା ପୋଲିସ। ମୃତକ ହେଉଛନ୍ତି ସୁମାଣ୍ଡି ଗ୍ରାମର ରାଜକିଶୋର ଭୋଇଙ୍କ ପୁଅ ରୁଦ୍ର ପ୍ରକାଶ ଭୋଇ ଏବଂ ଖଲରଦା ଗ୍ରାମର ଅଜୟ କୁମାର ବାରିକଙ୍କ ଝିଅ ସୋନାଲି ବାରିକ ।

ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ସ୍କୁଲ ବାରଣ୍ଡାରେ ଦୁଇ ଜଣଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ତୁରନ୍ତ ସଦର ଥାନା ପୋଲିସକୁ ଖବର ଦେଇଥିଲେ । ସଦର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ମୃତକ ୨ଜଣ ପ୍ରେମୀଯୁଗଳ ବୋଲି ସୂଚନା ରହିଛି । ତେବେ ସେମାନେ କାହିଁକି ଏପରି ନିଷ୍ପତ୍ତି ନେଲେ, ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟବାସିନ୍ଦା ଆଶା ରଖିଛନ୍ତି ।

ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ହତ୍ୟା ଅଭିଯୋଗ କରିଛନ୍ତି ଉଭୟଙ୍କ ପରିବାର ଲୋକେ । ପରିବାର ଲୋକଙ୍କ ଅନୁଯାୟୀ ଦୁହେଁଙ୍କ ହାତ ପଛ ପଟରୁ ବନ୍ଧା ହୋଇ ଥିବା ବେଳେ କିପରି ସେମାନେ ଆତ୍ମହତ୍ୟା କଲେ ବୋଲି ସନ୍ଦେହ କରିଛନ୍ତି । ଏଥିସହ ସ୍କୁଲରେ ପାଚେରୀ ଉଚ୍ଚ ଥିବା ସହ ମୁଖ୍ୟ ଫାଟକରେ ତାଲା ପଡିଥିଲା । ତେବେ ଏମାନେ ଭିତରକୁ ଗଲେ କିପରି ଓ ପାଖରେ ଥିବା ଟୁଲ କେଉଁଠୁ ଆସିଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏନେଇ ସଦର ଥାନାକୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି ।

Related Posts