ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା ବାପାଙ୍କ ନାମରେ ଥାନାରେ ଅଭିଯୋଗ କଲେ ଝିଅ; କହିଲେ ବାପା ଆମକୁ ମାରିଦେବେ

ତାମିଲନାଡ଼ୁ(ସତ୍ୟପାଠ ବ୍ୟୁରୋ): ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା ବାପାଙ୍କ ନାମରେ ଥାନାରେ ଅଭିଯୋଗ କଲେ ନିଜ ଝିଅ । ତେବେ ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା ପି.କେ ଶେଖର ବାବୁଙ୍କ ଝିଅ ଜୟକଲ୍ୟାଣୀ ତାଙ୍କ ପିତାଙ୍କଠାରୁ ସୁରକ୍ଷା ଲୋଡିଛନ୍ତି। ସେପଟେ ଶେଖର ବାବୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିକଟତର ଭାବେ ବିବେଚନା କରାଯାଏ । ତେବେ ମନ୍ତ୍ରୀଙ୍କ ଝିଅ ନିଜ ସ୍ୱାମୀଙ୍କ ସହ ନିଜର ସୁରକ୍ଷା ଲୋଡିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଜୟକଲ୍ୟାଣୀ କହିଛନ୍ତି ଯେ ସେ ସତୀଶ କୁମାର ନାମକ ଯୁବକଙ୍କୁ ପ୍ରେମ କରୁଥିଲେ ଏବଂ ପରିବାରର ଇଚ୍ଛା ବିରୁଦ୍ଧରେ ବିବାହ କରିଛନ୍ତି। ସେ କହିଛନ୍ତି, ‘ମୋର ପିତାମାତା ଚାହୁଁ ନଥିଲେ ଯେ ମୁଁ ସତୀଶ କୁମାରଙ୍କୁ ବିବାହ କରିବି ।

ଯେତେବେଳେ ମୁଁ ଏକ ମାସ ପୂର୍ବରୁ ବିବାହ କରିବାକୁ ଚେଷ୍ଟା କଲି, ପୁଲିସ ମୋତେ ଗିରଫ କଲା ଏବଂ ସତୀଶଙ୍କୁ ଦୁଇ ମାସ ଧରି ଜେଲରେ ରଖାଗଲା । ମୁଁ ଭାବୁଛି ଏହା ପଛରେ ମୋର ପିତାମାତା ଥିଲେ । ସେ କହିଛନ୍ତି, ମୁଁ ଜଣେ ପ୍ରାପ୍ତବୟସ୍କ ହୋଇଥିବାବେଳେ ମୁଁ ଯାହାକୁ ବିବାହ କରିବି ଏହା ମୋର ଅଧିକାର । ଆମକୁ ମାରିଦେବାକୁ ଧମକ ଦିଆଯାଉଥିବାରୁ ମୁଁ ବେଙ୍ଗାଲୁରୁ ପୁଲିସକୁ ଅନୁରୋଧ କରୁଛି ଯେ ସେମାନେ ଆମକୁ ସୁରକ୍ଷା ଦିଅନ୍ତୁ । ସୂଚନା ମୁତାବକ ଜୟକଲ୍ୟାଣୀ ଏବଂ ସତୀଶ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଚେନ୍ନାଇରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା । ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts