ପୂର୍ବତନ କମ୍ୟୁନିକେସନ ଏସପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀଙ୍କୁ ଆଗୁଆ ଜାମନି ପ୍ରଦାନ କଲେ ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୂର୍ବତନ କମ୍ୟୁନିକେସନ ଏସପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀଙ୍କୁ ଆଗୁଆ ଜାମନି ପ୍ରଦାନ କଲେ ହାଇକୋର୍ଟ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ଥିଲା। ଗିରଫଦାରିଙ୍କୁ ଏଡେଇବା ପାଇଁ ଦୀପ୍ତିମୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ସେପଟେ ରାଜ୍ୟ ସରକାର ତ୍ରିନାଥ ମିଶ୍ରଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଙ୍ଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ ଏକା ସମୟରେ ଚଢ଼ଉ କରାଯାଇଥିଲା।

ଏଥିରୁ ବିପୁଳ ପରିମାଣରେ ସମ୍ପତ୍ତି ଥିବାର ଜଣାଯାଇଥିଲା। ତାଙ୍କ ପାଖରୁ ସମୁଦାୟ ପ୍ରାୟ ୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା। ଶ୍ରୀ ମିଶ୍ର ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଏବେ ଜେଲ୍ରେ ଅଛନ୍ତି। ତ୍ରିନାଥ ମିଶ୍ର ଗିରଫ ହେବା ଓ ନିଜ ନାଁରେ ମାମଲା ରୁଜୁ ହେବା ପରେ ଦୀପ୍ତିମୟୀ ଭିଜିଲାନସ୍କୁ ଚ୍ୟାଲେଞ୍ଜ୍ କରି କହିଥିଲେ ଯେ ଜବତ ହୋଇଥିବା ସମ୍ପତ୍ତି ତାଙ୍କର ପୈତୃକ ସମ୍ପତ୍ତି। ବର୍ତ୍ତମାନ ଆଗୁଆ କୋର୍ଟ ତାଙ୍କ ସ୍ତ୍ରୀଙ୍କୁ ଜାମିନ ପ୍ରଦାନ କରିଥିବାରୁ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts