
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମେ ୨୪ ରୁ ୨୬ ମେ ମଧ୍ୟରେ ପଶ୍ଚିମବଙ୍ଗ-ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ଦୃଷ୍ଟିରେ ରଖି ଉତ୍ତର ରେଲୱେ(Northern Railway) ପକ୍ଷରୁ ଜାତୀୟ ରାଜଧାନୀ ଦିଲ୍ଲୀରୁ ଓଡ଼ିଶାର ଭୁବନେଶ୍ୱର ଏବଂ ପୁରୀକୁ ଆସୁଥିବା ଏକାଧିକ ଟ୍ରେନ୍ ଚଳାଚଳ ବାତିଲ୍ କରିଛି।
ଉତ୍ତର ରେଲୱେ ଅନୁଯାୟୀ ନିମ୍ନଲିଖିତ ଟ୍ରେନ୍ ଗୁଡିକ ବାତିଲ୍ କରାଯାଇଛି:
୧- ପୁରୀ-ନୂଆଦିଲ୍ଲୀ ସ୍ପେଶାଲ ଟ୍ରେନ୍ କୁ ମେ 24, 25, ଏବଂ 26 ରେ ବାତିଲ କରାଯାଇଛି ଏବଂ ମେ 23, 24, ଏବଂ 25 ରେ ନୂଆଦିଲ୍ଲୀ ପୁରୀ ସ୍ପେଶାଲ ଟ୍ରେନ୍ ବାତିଲ୍ କରାଯାଇଛି।
୨- ଆନନ୍ଦ ବିହାର ଟର୍ମିନାଲ୍- ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍ କୁ ମେ 24 ରେ ବାତିଲ କରାଯାଇଛି।
୩- ସେହିପରି ମେ 24 ଏବଂ 26 ରେ ଆନନ୍ଦ ବିହାର-ପୁରୀ ସ୍ପେଶାଲ ଟ୍ରେନ କୁ ବାତିଲ କରାଯାଇଥିବାବେଳେ ପୁରୀ-ଆନନ୍ଦ ବିହାର ସ୍ପେଶାଲ ଟ୍ରେନ୍ ଚଳାଚଳକୁ ମେ 26 ଏବଂ 27 ରେ ବାତିଲ କରାଯାଇଛି।
୪- ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ୍ ମେ 25 ରେ ଏବଂ ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲକୁ ମେ 26 ରେ ବାତିଲ କରାଯାଇଛି।
୫- ମେ 24 ତାରିଖ ଦିନ ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲକୁ ବାତିଲ କରାଯାଇଥିବା ବେଳେ ପୁରୀ-ଆନନ୍ଦ ବିହାର ସ୍ପେଶାଲକୁ ମେ 25 ତାରିଖ ଦିନ ବାତିଲ କରାଯାଇଛି। ସେହିପରି ଆନନ୍ଦ ବିହାର-ପୁରୀ ସ୍ପେଶାଲ ଟ୍ରେନ୍ ମେ 25 ରେ ଚଳାଚଳ ବନ୍ଦ ରହିବ।
୬-ପୁରୀ-ଯୋଗନାଗୀର ଋଷିକେଶ ସ୍ପେଶାଲ ଟ୍ରେନ୍ ମେ 25, 26 ଏବଂ 27 ରେ ଚଳାଚଳ ବନ୍ଦ ରହିବ , ସେହିପରି ମେ 24, 25 ଏବଂ 26 ରେ ଯୋଗନାଗରୀ ଋଷିକେଶ-ପୁରୀ ସ୍ପେଶାଲ ବାତିଲ କରାଯାଇଛି।
