ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାମ୍ବାଦିକ ସଙ୍ଘ ଆନ୍ଦୋଳନ ଆଗରେ ମୁଣ୍ଡ ନୂଆଁଇଲେ ଜିଲ୍ଲା ପ୍ରଶାସନ । ତେବେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ବିରିଡି ବିଡ଼ିଓଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ସାମ୍ୱାଦିକ ସଙ୍ଘ ଦେଇ ଥିବା ଗଣ ଧାରଣାର ତିନି ଦିନ ପରେ ଆଲୋଚନାକୁ ଆସିଛି ଜଗତସିଂହପୁର ଜିଲା ପ୍ରଶାସନ । ଜିଲ୍ଲାପାଳ ସଂଘର ୫ ଜଣିଆ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିବା ସହ ସମ୍ପୃକ୍ତ ବିଡ଼ିଓଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ସାମ୍ବାଦିକ ସଙ୍ଘ ଆନ୍ଦୋଳନ ଆଗରେ ଶେଷରେ ମୁଣ୍ଡ ନୂଆଁଇଛି ଜଗତସିଂହପୁର ଜିଲା ପ୍ରଶାସନ । ତିନି ଦିନ କାଳ ଗଣ ଧାରଣା ପରେ ଜଗତସିଂହପୁର ଜିଲାପାଳ ସାମ୍ବାଦିକ ସଂଘର ୫ ଜଣିଆ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ସହ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ବିରିଡି ବିଡ଼ିଓ ହେମନ୍ତ ମହାନ୍ତଙ୍କ ବିରୁଦ୍ଧରେ ସରକାରଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।