ଶହେ ଟନ୍ ପଣ୍ୟ ବୋଝେଇ କରିବାରେ ପୂର୍ବତଟ ରେଳପଥ ପ୍ରଥମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଶହେ ଟନ୍ ପଣ୍ୟ ବୋଝେଇ କରି ରେକର୍ଡ଼ ସୃଷ୍ଟି କରିଛି ପୂର୍ବତଟ ରେଳପଥ । ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ ମାସ ପହିଲା ଠାରୁ ସେପ୍ଟେମ୍ବର 10 ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ପଣ୍ୟ ବୋଝେଇ 77.58 ନିୟୁତ ଟନ ତୁଳନାରେ 100.30 ନିୟୁତ ଟନ ପଣ୍ୟ ପରିବହନ କରି 22. 72 ନିୟୁତ ଟନ ଅଧିକ ପରିବହନ କରିପାରିଛି । ଯାହାକି ଗତ ବର୍ଷ ତୁଳନାରେ 29.3% ଅଧିକ ଏବଂ ଧାର୍ଯ୍ୟ ଲକ୍ଷ୍ୟ ଠାରୁ 5.5% ଅଧିକ ଅଟେ । ଏହି ସମୟ ମଧ୍ୟରେ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା 95.09 ନିୟୁତ ଟନ ଲୋଡିଂ ଟାର୍ଗେଟ୍ କୁ ମଧ୍ୟ ପାର କରିଛି ପୂର୍ବତଟ ରେଳପଥ ।

ପୂର୍ବ ତଟ ରେଳପଥର ତିନୋଟି ରେଳମଣ୍ଡଳ ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁରର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 55.28 ନିୟୁତ ଟନ କୋଇଲା, ଷ୍ଟିଲ ପ୍ଲାଣ୍ଟ ପାଇଁ 3.66 ନିୟୁତ ଟନ କଞ୍ଚାମାଲ, 9.62 ନିୟୁତ ଟନ ଆଇରନ୍ ଆଣ୍ଡ ଷ୍ଟିଲ୍, 14.26 ନିୟୁତ ଟନ ଲୁହାପଥର, 0.57 ନିୟୁତ ଟନ ସିମେଣ୍ଟ, 1.41 ନିୟୁତ ଟନ ଖାଦ୍ୟ ଶସ୍ୟ, 2.43 ନିୟୁତ ଟନ ସାର, 1.07 ନିୟୁତ ଟନ ତୈଳ ଜାତୀୟ ଦ୍ରବ୍ୟ, କଣ୍ଟେନେରରେ 1.87 ନିୟୁତ ଟନ ମାଲ ପରିବହନ ଏବଂ ଅନ୍ୟାନ କାର୍ଗୋ 10.14 ନିୟୁତ ଟନ ପରିବହନ କରିଛି ।

ମାଲ ପରିବହନରେ ପ୍ରମୁଖ ଯୋଗଦାନକାରୀମାନେ ହେଲେ ତାଳଚେର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରମ, କେନ୍ଦୁଝର, କେ.କେ ଲାଇନ, ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ ଏବଂପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଅନ୍ୟାନ ଶିଳ୍ପ ସଂସ୍ଥା ।

ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ 67.19 ନିୟୁତ ଟନ ପଣ୍ୟ ପରିବହନ, ୱାଲଟିୟର ରେଳମଣ୍ଡଳରୁ 28.24 ନିୟୁତ ଟନ ଏବଂ ସମ୍ବଲପୁର ରେଳମଣ୍ଡଳରୁ 4.83 ନିୟୁତ ଟନ ପଣ୍ୟ ପରିବହନ କରାଯାଇଅଛି । ଚଳିତ ଆର୍ଥିକ ବର୍ଷର 10 ସେପ୍ଟେମ୍ବର, 2021 ମଧ୍ୟରେ ପୂର୍ବ ତଟ ରେଳପଥ 6.01 ନିୟୁତ ଟନ ପଣ୍ୟ ପରିବହନ କରିଛି ଯାହାକି ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାର 5.30 ନିୟୁତ ଟନ ପଣ୍ୟ ଠାରୁ 13.3% ଅଧିକ ପଣ୍ୟ ପରିବହନ ପଞ୍ଜିକରଣ କରିଛି ।

Related Posts