ପୂର୍ବତଟ ରେଳବାଇକୁ ମିଳିଲା ୭ ହଜାର ୧୦ କୋଟି ଟଙ୍କା

ଅନ୍ତରୀଣ କେନ୍ଦ୍ର ବଜେଟରେ ପୂର୍ବତଟ ରେଳବାଇକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବତଟ ରେଳବାଇକୁ ଗତ ଆର୍ଥିକ ବର୍ଷ ତୁଳନାରେ ୧୩ ପ୍ରତିଶତ ଆର୍ଥିକ ଅନୁଦାନ ଦିଆଯାଇଛି । ଏଥର ବଜେଟରେ ପୂର୍ବତଟ ରେଳବାଇକୁ ୭ ହଜାର ୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ପୂର୍ବତଟ ରେଳବାଇ ଅଧୀନରେ ନୂଆ ରେଳ ଲାଇନ୍‌ ପାଇଁ ୨୬ ଶହ ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଅନୁଗୁଳ-ସୁକିନ୍ଦା ରେଲଲାଇନ୍‌ ପାଇଁ ୨୫୦ କୋଟି ଟଙ୍କା, ଖୋର୍ଦ୍ଧା-ବଲାଙ୍ଗୀର ରେଲଲାଇନ୍‌ ପାଇଁ ୩୫୦ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୪ ଶହ କୋଟି ଟଙ୍କା, ତାଳଚେର-ବିମଳାଗଡ଼ ରେଲଲାଇନ୍‌ ପାଇଁ ୧୫୦ କୋଟି ଟଙ୍କା, ଜୟପୁର-ମାଲକାନଗିରି ରେଲଲାଇନ୍‌ ପାଇଁ ୭୦ କୋଟି ଟଙ୍କା, ଜୟପୁର-ନବରଙ୍ଗପୁର ରେଲଲାଇନ୍‌ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରାଯିବାକୁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି ।

Related Posts