ପରିବେଶର ଉପଯୋଗୀ ଗୋଦାବରୀ ଇଭି, ଥରେ ଚାର୍ଜ କଲେ ଗଡିବ ୧୧୦ କିଲୋମିଟର

ଇଭି ବଜାରରେ ଏବେ ଇବ୍ଲୁ ରାଇନୋ ଇ-ଲୋଡର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଖ୍ୟାତନାମା ଇଭି କମ୍ପାନୀ ଗୋଦାୱରୀ ଇଲେଟ୍ରି ମୋଟରସ୍ ର ନୂଆ ତିନି ଚକିଆ ମାଲ ପରିବହନ ଗାଡି ଇବ୍ଲୁ ରାଇନୋ ଇ-ଲୋଡର ଏବେ ବଜାରରେ ଉପଲବ୍ଧ। ଏଥିରେ ୧୦.୨ kWH ଲିଅନ୍ ବ୍ୟାଟେରୀ, ଯାହା ଥରକରେ ୧୧୦ କିମି ଯିବାର କ୍ଷମତା ରଖିଛି । ଟପ୍ ସ୍ପିଡ୍ ୪୫କି.ମି ଏବଂ ୫୦୦ କେଜି ପର୍ଯ୍ୟନ୍ତ ଲୋଡ୍ ନେବାର କ୍ଷମତା ରଖିଛି। ସୁରକ୍ଷିତ ପରିବହନ ପାଇଁ ଉଚ୍ଚମାନର ସକ୍ ଅବଜରଭର , ମାଲ ରଖିବା ପାଇଁ ୧୫୪୯ ଏମ୍ ଏମ୍ ଲମ୍ୱା , ୧୩୫୦ ଏମ୍ ଏମ୍ ଚଉଡା ଓ ୩୧୯ ଏମ୍ ଏମ୍ ଉଚ୍ଚତା ବିଶିଷ୍ଟ ଡାଲା ରଖିଛି । ୬.୩୦ ମିନିଟ୍ ରେ ଫୁଲ୍ ଚାର୍ଜ ହୋଇ ପାରୁଛି । ୩୦ ହଜାର କିମି ସହ ୩ ବର୍ଷର ୱାରେଣ୍ଟି ଦେଉଛି କମ୍ପାନୀ ।

ଏହାର ଲଚିଂରେ କମ୍ପାନୀର ସିଇଓ କହିଥିଲେ ଯେ, ସଂପୂର୍ଣ୍ଣ ଘରୋଇ ଜ୍ଞାନ କୌଶଳରେ ନିର୍ମିତ ଏହି ଇଭି ମାଲବାହି ଗାଡି କ୍ଷୁଦ୍ର ମଧ୍ୟମ ଧରଣର ବ୍ୟବସାୟ ପାଇଁ ଖୁବ୍ ଲାଭ ଦାୟକ ହେବ । ଉତ୍ତମ ଇଏମ୍ଆଇ ସୁବିଧା ସହ ରିହାତିରେ ସୁଧ ପାଇଁ ସମସ୍ତେ ଏହାକୁ ଗ୍ରହଣ କରିପାରିବେ । ସବୁ ଠାରୁ ବଡ କଥା ଏହା ପରିବେଶ ଅନୁକୁଳିତ ଗାଡି , ଏହାର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ଏବଂ ଶ୍ରାମିକ ମାନଙ୍କ ଅବଦାନ ବସ୍ତବରେ ଖୁବ୍ ପ୍ରଶଂସନୀୟ । ଏହାର ମୁଖ୍ୟ ଉଦ୍ୟେଶ୍ୟ ହେଉଛି ଦେଶକୁ ଆତ୍ମ ନିର୍ଭର କରିବା । ନିର୍ମାତାଙ୍କ ଠାରୁ ଆରମ୍ଭ କରି ବିକ୍ରେତା ଏବଂ କ୍ରେତାଙ୍କ ପର୍ଯ୍ୟନ୍ତ ନିଜେ ସ୍ୱାବଲମ୍ୱୀ ହେବା ସହ ଦେଶକୁ ସ୍ୱାବଲମ୍ୱୀ କରିବା, ଏବଂ ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ହେବା ।

Related Posts