୨୧ ଶହ ରାଜନୈତିକ ଦଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୧ ଶହ ରାଜନୈତିକ ଦଳଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କରିବେ ଇସିଆଇ । ଏଥିରେ ଦେଶର ୨ ହଜାର ୧ଶହ ରାଜନୈତିକ ଦଳଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି। ଏହି ସବୁ ସେହି ପାର୍ଟି ଯେଉଁମାନେ ଟ୍ୟାକ୍ସ ସମେତ ଅନେକ ଗଡବଡି କରିଛନ୍ତି। ଏପରିକି ନିୟମାନୁସାରେ ପାର୍ଟିମାନେ ବାର୍ଷିକ ଅଡିଟ୍ ମଧ୍ୟ ଠିକ ଭାବେ କରିନାହାନ୍ତି। ଏଥିରେ ଏପରି ଅନେକ ପାର୍ଟି ଅଛନ୍ତି ଯେଉଁମାନେ ନିର୍ବାଚନ ଖର୍ଚ୍ଚର ହିସାବ ମଧ୍ୟ ଦେଉ ନାହାନ୍ତି। ଭାରତ ନିର୍ବାଚନ ଆୟୋଗ ଆରପି ଅଧିନିୟମ ୧୯୫୧ର ଧାରା ୨୯-ଏ ଓ ୨୯-ସିର ପାଳନ କରୁନଥିବା ଦେଶର ୨ ହଜାର ୧୦୦ରୁ ଅଧିକ ପଞ୍ଜିକୃତ ଅଣମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ (ଆରୟୁପିପିଏସ)ଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କରିବେ। ରାଜନୈତିକ ଦଳଙ୍କ ଲାଗି ବିଧାନସଭା ନିର୍ବାଚନ ସରିବାର ୭୫ ଦିନ ଓ ଲକୋସଭା ନିର୍ବାଚନ ଶେଷ ହେବାର ୯୦ ମଧ୍ୟରେ ନିର୍ବାଚନ ଖର୍ଚ୍ଚର ହିସାବ ଦେବା ବାଧ୍ୟତାମୂଳକ।

ହେଲେ ଅନେକ ପାର୍ଟି ଏହା କରି ନାହାନ୍ତି। ୨୧ଶହ ପାର୍ଟିଙ୍କ ମଧ୍ୟରୁ ୨ ହଜାର ୫୬ଟି ପାର୍ଟି ଆନୁଆଲ ଅଡିଟ ଆକାଉଣ୍ଟ ମଧ୍ୟ ଦାଖଲ କରି ନାହାନ୍ତି। କେଉଁ ପାର୍ଟି ଅଡିଟରେ ପାନ ନମ୍ବର ଦେଇ ନାହାନ୍ତି ତ କେଉଁ ପାର୍ଟି ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଦେଇ ନାହାନ୍ତି। ଏହା ଛଡା ଏପରି ମଧ୍ୟ ପାର୍ଟି ଅଛନ୍ତି ଯେଉଁମାନେ ଗ୍ରହଣ କରୁଥିବା ଅନୁଦାନ(ଡୋନେସନ)ର ଉତ୍ସ ସମ୍ପର୍କରେ ଇସିଆଇଙ୍କୁ ଅନ୍ଧାରରେ ରଖିଛନ୍ତି। ଏଥିରେ ପାର୍ଟିମାନେ ସେମାନଙ୍କ ମୋଟ ସମ୍ପତ୍ତି ଓ ଦଳର ବ୍ୟୟ ବାବଦେ ମଧ୍ୟ ଆୟୋଗକୁ ସୂଚିତ କରୁ ନାହାନ୍ତି। ନିର୍ବାଚନ ଆୟୋଗ ଏପରି ପାର୍ଟିଙ୍କ ପୂର୍ଣ୍ଣ ବିବରଣୀ ତାଙ୍କ ୱେବସାଇଟ୍‌ରେ ଅପଲୋଡ କରିଦେଇଛନ୍ତି। ନିର୍ବଚନ ଖର୍ଚ୍ଚର ବିବରଣୀ ଦେଇନଥିବା ୧୦୦ ପାର୍ଟିଙ୍କ ତାଲିକା ମଧ୍ୟ ଏଥିରେ ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts